ଘରୋଇ କଳିରୁ ବାପାକୁ ଆକ୍ରମଣ କଲା ପୁଅ

ସମ୍ୱଲପୁର : ଘରୋଇ କଳିରୁ ବାପାକୁ ଆକ୍ରମଣ କଲା ପୁଅ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ସମ୍ୱଲପୁର ରେଢାଖୋଲ ଉପଖଣ୍ଡ ଚାରମାଳ ଗାଁର ବଳରାମ ସେଠୀଙ୍କ ପୁଅ ଅଶୋକ ସେଠୀ କାଠ ଫାଳିଆରେ ବାପା ବଳରାମ ସେଠୀଙ୍କୁ ଆକ୍ରମଣ କରିଛି । ଫଳରେ ବାପାଙ୍କ ଗୋଡ ଭାଙ୍ଗିଯିବା ସହିତ ହାତରେ ମଧ୍ୟ ଆଘାତ ଲାଗିଛି । ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଉଭୟ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି ।

Leave A Reply

Your email address will not be published.