om academy

ପାରିବାରିକ କଳହ ଯୋଗୁଁ ଟ୍ରେନ୍ ଆଗକୁ ପୁଅ ଓ ଝିଅଙ୍କୁ ଠେଲି ବାପା କଲା ଆତ୍ମହତ୍ୟା

jsm

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଲକ୍ଷ୍ମୀପୁର ଥାନା ସିଙ୍ଗରାମ ରେଳ ଷ୍ଟେସନ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ଟ୍ରେନ୍ ଆଗକୁ ପୁଅ ଓ ଝିଅଙ୍କୁ ଠେଲି ବାପା ଟ୍ରେନରେ ଆତ୍ମହତ୍ୟା କରିଥିବା ସୂଚନାରେ କୁହାଯାଇଛି । ରେଳଧାରଣାରୁ ରେଳବାଇ ପୋଲିସ ପୁଅ, ଝିଅ ଓ ବାପାର ମୃତ ଦେହ ଉଦ୍ଧାର କରି ତଦନ୍ତ କରୁଛି । ସୂଚନାରେ ପ୍ରକାଶ ଯେ, ସକାଳ ପ୍ରାୟ ୯ଟା ସମୟରେ ସିଙ୍ଗରାମ ରେଳ ଷ୍ଟେସନକୁ ପହଞ୍ଚିଥିଲେ ୧୨ ବର୍ଷର ଝିଅ ଓ ୫ ବର୍ଷର ପୁଅ ସହ ପୁଡାପାଡି ଗ୍ରାମର କେଶବ ସୁବୁଦ୍ଧି । କିଛି ସମୟ ପରେ ଏକ ମାଲବାହୀ ଟ୍ରେନ୍ ଆସିଥିବା ବେଳେ ହଠାତ୍ ପୁଅ ଓ ଝିଅଙ୍କୁ ଟ୍ରେନ୍ ଆଗକୁ ଠେଲି ଦେଇ କେଶବ ନିଜେ ବି ଡେଇଁ ପଡିଥିଲେ । ଟ୍ରେନ୍ ଚକ ତଳେ ବାପା, ପୁଅ ଓ ଝିଅ କଟିଯାଇଥିଲେ ଆଖି ପିଛୁଳାକେ । ତେବେ ପାରିବାରିକ କଳହ ଯୋଗୁ କେଶବ ଏଭଳି ନିଷ୍ଠୁର ନି‌ଷ୍ପତ୍ତି ନେଇଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.