ପକ୍ଷୀ ଶିକାର ବେଳେ ଶିକାରୀକୁ କାବୁ କଲା ବନ୍ୟପ୍ରାଣୀ ବିଭାଗ

ଟାଙ୍ଗି : ବିଦେଶାଗତ ପକ୍ଷୀକୁ କଇଁ ଫୁଲରେ ବିଷ ଦେଇ ଚିଲିକାରେ ଶିକାର କରୁଥିବା ବେଳେ ବନ୍ୟପ୍ରାଣୀ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି । ତେବେ ତା’ଠାରୁ ୪ଟି ମୃତ ବିଦେଶାଗତ ପକ୍ଷୀ, ଗୋଟିଏ ସାଇକେଲ, ମୋବାଇଲ୍ ଫୋନ ଓ କଇଁ ଫୁଲ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଉଛି ଟାଙ୍ଗୀ ଥାନା ଅ‌ନ୍ତର୍ଗତ କାଟିଲା ଗୋଠ କଲୋନୀର ସର୍ବେଶ୍ୱର ପ୍ରଧାନ । ଅଭିଯୁକ୍ତ ସର୍ବେଶ୍ୱର କଇଁ ଫୁଲ ନାଡ଼ରେ ଫୁରାଡନ ବିଷ ପ୍ରୟୋଗ କରି ପକ୍ଷୀ ଶିକାର କରୁଥିବା ଜଣାପଡ଼ିଛି । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସର୍ବେଶ୍ୱରକୁ ଧରିବା ଲାଗି ବନ ବିଭାଗ କର୍ମଚାରୀ ଚିଲିକା କୂଳରେ ପ୍ରାୟ ୨ କିଲୋମିଟର ପିଛା କରିଥିବା ଫରେଷ୍ଟର ରାଧାକାନ୍ତ ହୋତା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.