ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମଧ୍ୟ ଦେଇ ପ୍ରଭାହିତ ହେଉଥିବା ଦୟାନଦୀ ବର୍ତ୍ତମାନ ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରଭାହିତ ହେଉଛି । ଦୟାନଦୀ ବନ୍ଧ ପିପିଲି କଣ୍ଟିକାଜରୁ ବନ୍ୟାଜଳ ପ୍ରବାହିତ ଦୁଇ ଦିନରେ ଡେଲାଙ୍ଗ ବ୍ଲକର ୧୦ଟି ପଞ୍ଚାୟତ ସାଊରିଆ, ଘନିପୂର, ସୂଜନପୂର, ସିଂହ ବ୍ରହ୍ମପୁର, ଗଡମୋତରୀ, ଅରିଶଲ, ଡେଲାଙ୍ଗ-କୋଠବାଡ, ମୂନିନ୍ଦା, କଲ୍ୟାଣପୁର ପଞ୍ଚାୟତ ଚାଷ ଜମି ଉପରେ ଦୁଇଫୁଟ ଉଚ୍ଚରେ ବନ୍ୟାଜଳ ଲହଡି ମାରୁଛି । ରାସ୍ତା ଘାଟ ଜଳମଗ୍ନ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଅନେକ ଗାଁ ପାଣି ଘେରରେ ରହିଛି । ଲୋକେ ନାଁହି ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସଦ୍ୟ ରୁଆ ଓ ବେଉଷଣ ହେଉଥିବା ଚାଷ ଜମିରେ ଦୁଇଫୁଟ ଉଚ୍ଚର ବନ୍ୟା ଜଳ ବୁଡି ରହିଛି । ଧାନ ଫସଲ ନଷ୍ଟ ହେବାର ଜାଣି ଚାଷୀ ଚିନ୍ତାରେ ଅଛି । ପଶୁସମ୍ପଦ ଜଳ ବନ୍ଦୀରେ । ବନ୍ୟାରେ ପ୍ରବାହିତ ହୋଇଥିବା ପଞ୍ଚାୟତ ଗୁଡିକୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବୀ ଜଣାଇଛନ୍ତି ।