ହୁ ହୁ ଜଳୁଛି ଜଙ୍ଗଲ : ବିପଦରେ ବନ୍ୟଜନ୍ତୁ

ତେଲକୋଇ : ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟର କରଦାଙ୍ଗି ଗାଁ ଘୋଡାବେଡା ସାହି ନିକଟ ମାଙ୍କଡଚୁଆ ଜଙ୍ଗଲରେ ୪ ଦିନ ହେଲା ହୁତୁହୁତୁ ହୋଇ ଜଳୁଥିବା ଜଣାପହିଛି । ସନ୍ଧ୍ୟା ହେଲେ ନିଆଁର ପ୍ରକୋପ ଧିରେ ବଢ଼ିବାରେ ଲାଗୁଛି । ଜଙ୍ଗଲ ନିଆଁରେ ମୂଲ୍ୟବାନ ଗଛଲତା ଜଳିଯିବା ସହ ଔଷଧିୟ ଗୁଳ୍ମ ମଧ୍ୟ ନଷ୍ଟ ହୋଇଯାଇଥିବା ବେଳେ ବାରାହା୍, କୁଟୁରା, ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସହରା ହୋଇ ଗାଁ ମୁହାଁ ହେଉଥିବା ଦେଖାଯାଉଛି । ମାଙ୍କଡଚୁଆ ଜଙ୍ଗଲରେ ୪ଦିନ ହେଲା ନିଆଁ ଲାଗିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରି ନାହିଁ ବନବିଭାଗ । ମାର୍ଚ୍ଚ ମାସ ପୂର୍ବରୁ ରାସ୍ତା କଡ ଜଙ୍ଗଲ ଗୁଡିକର ସୁରକ୍ଷା ନିମନ୍ତେ ବନବିଭାଗ ପକ୍ଷରୁ ଫାୟାର ଲାଇନ ତିଆରି କରାଯିବାର ଆବଶ୍ୟକତା ଥିବା ବେଳେ ତାହା କରାଯାଇ ନଥିବାରୁ ଏବେ ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ବନବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ ଏପର୍ୟ୍ୟନ୍ତ ସେଭଳି କିଛି ଠୋସ୍ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇ ନଥିବା ଜଣାପଡିଛି । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.