ପାଣି ପାଇପ ଫାଟି ରାସ୍ତାରେ କୃତ୍ରିମ ବନ୍ୟା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଶକ୍ତିନଗର ପଡାରେ ପାଣି ପାଇପ ଫାଟି ରାସ୍ତା ଉପରେ ବହୁଛି ପାଣି । ସ୍ଥାନୀୟ ୱାର୍ଡ ନଂ ୧୬ ଶକ୍ତିନଗର ପଡା ଇଣ୍ଡିଆନ ବ୍ୟାଙ୍କ ଗଳିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ପାନୀୟ ଜଳ ଯୋଗାଣ ପାଇପ ଫାଟି ରାସ୍ତା ଉପରେ ପାଣି ବୋହୁଛି । ଦୀର୍ଘ ଦୁଇମାସ ହେଲା ଏହି ପାଇପ ସାମାନ୍ୟ ଫାଟି ପାଣି ବାହାରୁ ଥିଲା । ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଏହି ସମସ୍ୟା ବିଷୟରେ ଅବଗତ କରାଯାଇଥିଲେ ହେଁ ସମାଧାନ ହୋଇପାରି ନ ଥିଲା । ଶେଷରେ ଏବେ ପରିସ୍ଥିତି ଏପରି ହୋଇଛି ଯେ, ସମ୍ପୂର୍ଣ୍ଣ ପାଇପ ଫାଟି ଦୀର୍ଘ ତିନି ଦିନ ହେଲା ରାସ୍ତା ଉପରେ ପାଣି ଚାଲୁଛି । ପାଣି ଯୋଗାଣ ସମୟରେ ପାଇପରୁ ପାଣି ବାହାରିବା ଯୋଗୁଁ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ପଡାବାସୀ । ଉକ୍ତ ପଡ଼ାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏକ ଘରୋଇ କୋଚିଙ୍ଗ ସେଣ୍ଟର ରହିଛି । ଶୀତରେ ଛାତ୍ରଛାତ୍ରୀମାନେ ଏହି ପାଣି ଭିତର ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି । ଏଥିସହିତ ଜଳ ଯୋଗାଣ ସମୟରେ ପାଣି ଅପଚୟ ହେଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।

Leave A Reply

Your email address will not be published.