centurian jitm

ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ଘରୱାରି ପଟ୍ଟା ବଣ୍ଟନ

nschool

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅଞ୍ଚଳରେ ଦୀର୍ଘ ଦିନ ଧରି ଘର କରି ବସବାସ କରୁଥିବା ଅଧିକାଂଶ ଲୋକଙ୍କ ଘରୱାରି ପଟ୍ଟା ପାଇ ନାହାନ୍ତି । ଫଳରେ ବିଭିନ୍ନ କ୍ଷେତ୍ରରେ ଅଂଚଳବାସୀ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଆସୁଥିଲା । ସ୍ଥାନୀୟ ତହସିଲଦାରଙ୍କ ଉଦ୍ୟମ ଯୋଗୁଁ ଲୋକଙ୍କୁ ଘରୱାରି ପଟ୍ଟା ପ୍ରଦାନ କରାଯାଉଥିବା ପରିଲକ୍ଷିତ ହୋଇଛି । ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ଗୁରୁବାର ତହସିଲଦାର ଅରୁଣ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ୱ ରଥ ମାଧ୍ୟମରେ ଗ୍ରାମରେ ଘରୱାରି ପଟ୍ଟା ପ୍ରଦାନ କରାଯାଇଛି । ସ୍ଥାନୀୟ ଆରଆଇ ରବିନ୍ଦ୍ର କୁମାର ପ୍ରଧାନ, ଏଆରଆଇ ଶଙ୍କର ସାହୁ, ସ୍ଥାନୀୟ କାଉନସିଲର ପି. ଚନ୍ଦ୍ରଶେଖରଙ୍କ ଉପସ୍ଥିତିରେ ଗ୍ରାମରେ ଲୋକଙ୍କ ପାଖରେ ପହଞ୍ଚି ଘରୱାରି ପଟ୍ଟା ବଣ୍ଟନ କରିଥିବା ଜଣାପଡ଼ିଛି । ପ୍ରକାଶ ଚନ୍ଦ୍ର ନାୟକ, ମୂଳି ବେହେରା, କୃଷ୍ଣଚନ୍ଦ୍ର ବେହେରା ଘରୱାରି ପଟ୍ଟା ପାଇବା ପରେ ତହସିଲ ପ୍ରଶାସନକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.