oom

୬ ନମ୍ୱର ୱାର୍ଡ ଅଙ୍ଗନାବାଡ଼ି କେନ୍ଦ୍ରରେ ପିଲାଙ୍କୁ ପୋଷାକପତ୍ର ବଣ୍ଟନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୬ ନମ୍ବର ୱାର୍ଡ ଅନ୍ତର୍ଗତ କାରଣୀସାହିରେ ଅବସ୍ଥାପିତ ଅଙ୍ଗନାବାଡ଼ି କେନ୍ଦ୍ରରେ ସୋମବାର ଶିଶୁମାନଙ୍କୁ ପୋଷାକ ପତ୍ର ବଣ୍ଟନ କରାଯାଇଛି । କାରିଣୀସାହି ଏବଂ ତିରୁପତିରାଓ-ପେଟ୍ଟା ସାହିକୁ ନେଇ ଗଠିତ ୬ନମ୍ବର ୱାର୍ଡର କାଉନ୍‌ସିଲର ମମତା ମହାପାତ୍ର, ଅଙ୍ଗନାବାଡ଼ି ଦିଦି ସଙ୍ଗୀତା ମହାପାତ୍ରଙ୍କ ଉପସ୍ଥିତିରେ ଯାଞ୍ଚ କମିଟି ସଭାପତି କୃପାସିନ୍ଧୁ ପଣ୍ଡା, ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୂରୀ ଯୋଗଦେଇ ସମସ୍ତ ଶିଶୁମାନଙ୍କୁ ପୋଷାକପତ୍ର ଡ୍ରେସ୍‌ କୋଡ ବିତରଣ କରାଯାଇଛି । ଏ ନେଇ ପିଲାମାନଙ୍କ ମଧ୍ୟରେ ଏକ ଖୁସିର ଲହରୀ ଖେଳିଯାଇଛି ।

jittmm
Leave A Reply

Your email address will not be published.