ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଡିବି ଶାଖା ଆନୁକୂଲ୍ୟରେ ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଦଶ ଜଣ ମେଧା ଓ ଆର୍ଥିକ ଅନଗ୍ରସର ଛାତ୍ରୀ ମାନଙ୍କୁ ସାଇକେଲ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତାର ସାମାଜିକ ଉତ୍ତର ଦାୟିତ୍ଵ କୁ ବହନ କରି ଥିବାବେଳେ ମିଳିତ ସାମାଜିକ ଉତ୍ତର ଦାୟିତ୍ଵ (ସିଏସ୍ଆର୍) ଯୋଜନା ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନର ଛାତ୍ରୀ ମାନଙ୍କୁ ୧୫୦ଟି ସାଇକେଲ ପ୍ରଦାନର ଲକ୍ଷ ରଖାଯାଇ ଥିବାବେଳେ ଜୟପାଟଣା ଛାତ୍ରୀମାନଙ୍କୁ ୧୦ଟି ସାଇକେଲ ବଣ୍ଟନ କରାଯାଇଛି । ଜୟପାଟଣା ଷ୍ଟେଟ ବ୍ୟାଙ୍କ ପରିସରରେ ଆୟୋଜିତ ସାଇକେଲ ବଣ୍ଟନ ସମାରୋହରେ ଜୟପାଟଣା ବିଡିଓ ଧର୍ମରାଜ ମାଝୀ ଯୋଗ ଦେଇ ଆର୍ଥିକ ଓ ସାମାଜିକ ସହଯୋଗ କ୍ଷେତ୍ରରେ ଷ୍ଟେଟ ବ୍ୟାଙ୍କର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଜୟପାଟଣା ଷ୍ଟେଟ ବ୍ୟାଙ୍କ ଶାଖାର ଶ୍ରେଷ୍ଠ ମହା ପ୍ରବନ୍ଧକ ପ୍ରଭାକର ଦାସ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବିଶ୍ଵ ଜୀବନ ପାଢ଼ୀ, ସାମାଜିକ କର୍ମୀ ଶେଷଦେବ ବେହେରା, ସାମ୍ବାଦିକ ଅସ୍ରଫ ଅଲ୍ଲୀ, ସମୀକ୍ଷା ପ୍ରହରାଜ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିଟ ଥିଲେ ।