ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରବଚିକା, ଅଧ୍ୟାପିକା ତଥା ସୁଲେଖିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ଦରିଦ୍ର ଅସହାୟଙ୍କୁ ଶୀତବସ୍ତ୍ର ଏବଂ କମ୍ବଳ ବଣ୍ଟନ କରାଯାଇଛି । ପ୍ରବଳ ଶୀତକାକରରୁ ରକ୍ଷା ପାଇବାକୁ ଏହି ସମିତି କମ୍ବଳ ବଣ୍ଟନ କରିଛି । ଏହି ଅବସରରେ ସମିତିର ପ୍ରତିଷ୍ଠାତା ସଭାପତି ଏଲୋରା ମିଶ୍ର, ଉପ-ସଭାପତି ସୀତାଂଶୁ ଶେଖର ନାଏକ, ସମ୍ପାଦକ ଦୁର୍ଗାଚରଣ ସାହୁ, ସହ-ସଂପାଦକ ଦେବାଶିଷ ମିଶ୍ର, ସରିତା ସାହୁ, ସାଧୁରାମ ସାହୁ, କବିତା ସାଧୁ, ଦୁର୍ଯ୍ୟୋଧନ ନାଏକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।