ଅଙ୍ଗନବାଡ଼ି କେନ୍ଦ୍ର ପିଲାମାନଙ୍କୁ ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍କୁଲ ବ୍ୟାଗ ବଣ୍ଟନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆର୍ଯ୍ୟପଲ୍ଲୀ ଓ କଣମଣା ପଞ୍ଚାୟତ ଅଧୀନରେ ଥିବା ୨୦ରୁ ଅଧିକ ଅଙ୍ଗନବାଡି କେନ୍ଦ୍ରର ଶିଶୁମାନଙ୍କୁ ୫୦୦ରୁ ଅଧିକ ସ୍କୁଲ ବ୍ୟାଗ, ପାଣିବୋତଲ ଓ ଡ୍ରଇଂ କିଟ୍ ସହିତ ଅନ୍ୟାନ୍ୟ ଆବଶ୍ୟକ ଶିକ୍ଷା ସାମଗ୍ରୀ ଯଥା- ପେନସିଲ୍, ରବର, ରୁଲର୍ ଆଦି ବଣ୍ଟନ କରାଯାଇଛି । ନୂଆସାହି ଅଙ୍ଗନବାଡି କେନ୍ଦ୍ରରେ ଶୁକ୍ରବାର ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୯ ନଂ ୱାର୍ଡ କାଉନ୍‌ସିଲର ଶ୍ରୀମତୀ ପ୍ରୀତିଛନ୍ଦା ସାମଲ ଯୋଗଦେଇ ପିଲାମାନଙ୍କୁ ସ୍କୁଲ ବ୍ୟାଗ ବାଣ୍ଟିବା ସହ ଏହି ଉଦ୍ୟମକୁ ସ୍ୱାଗତ କରିଥିଲେ । ସେ କହିଥିଲେ, ଆଦାନୀ ଫାଉଣ୍ଡେସନର ଏହି ପଦକ୍ଷେପ ଛୋଟଛୋଟ ଶିଶୁମାନଙ୍କୁ ଶିକ୍ଷା ପ୍ରତି ଆଗ୍ରହ ବଢାଇବାରେ ନିଶ୍ଚିତ ସହଯୋଗ କରିବ । ଆଦାନୀ ଫାଉଣ୍ଡେସନର ଏହି ପ୍ରୟାସ ଗୋପଳପୁର ବନ୍ଦରର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଚାଲୁଥିବା ବିଭିନ୍ନ ସାମାଜିକ ଦାୟିତ୍ଵବୋଧ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ ଅଟେ । ଆଦାନୀ ଫାଉଣ୍ଡେସନ ଶିକ୍ଷାକ୍ଷେତ୍ରରେ ସ୍ଥାନୀୟ ବିଦ୍ୟାଳୟରେ ଶିକ୍ଷା ଭିତ୍ତିିଭୂମିକୁ ଉନ୍ନତ କରିବା ଦିଗରେ ପାଠ୍ୟ-ଉପକରଣ ସାମଗ୍ରୀ ବଣ୍ଟନ, ଆସବାପତ୍ର ଏଲଇଡି ସ୍କ୍ରିନ୍ ମାଧ୍ୟମରେ ଡିଜିଟାଲ ଶ୍ରେଣୀଗୃହ ଯୋଗାଇବା ଏବଂ ବିଶୁଦ୍ଧ ପାନୀୟ ଜଳ ଆଦି ଯୋଗାଇଆସୁଛି । ସ୍ଥାନୀୟ ନେତୃମଣ୍ଡଳ ଓ ବୁଦ୍ଧିଜୀବୀଙ୍କ ସହ ମିଳିତ ଭାବେ ସମନ୍ଵୟ ରକ୍ଷା କରି ଆଦାନୀ ଫାଉଣ୍ଡେସନ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତାକୁ ସମାଧାନ କରିବା ସହ ବନ୍ଦରର ପାରିପାର୍ଶିକ ଗ୍ରାମଗୁଡିକର ସାମଗ୍ରିକ ବିକାଶରେ ସହଯୋଗ କରିବା ପାଇଁ ବଦ୍ଧପରିକର ଅଟେ ।

Leave A Reply

Your email address will not be published.