ଭାରତ ସରକାରଙ୍କ ସହାୟତାରେ ଭିନ୍ନକ୍ଷମଙ୍କ ପାଇଁ ଉପକରଣ ବଣ୍ଟନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ଆଲିମ୍ କୋ. ଓ ଭାରତ ସରକାରଙ୍କ ସହାୟତାରେ ଭିନ୍ନକ୍ଷମଙ୍କ ପାଇଁ ଉପକରଣ ବଣ୍ଟନ ଶିବିର ଆୟୋଜିତ ହୋଇଯାଇଛି । ଶିବିରରେ ମୋଟ ୧୭୫ଜଣ ଭିନ୍ନକ୍ଷମ ପଞ୍ଜୀକୃତ ହୋଇ ବିଭିନ୍ନ ସହାୟତାରେ ଅଂଶୀଦାର ହୋଇଥିଲେ । ଆୟୋଜିତ ଶିବିରକୁ କଳାହାଣ୍ଡି ସଂସଦ ମାଳବିକା ଦେବୀ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ପୂର୍ବ ସାଂସଦ ଅର୍କ କେଶରୀ ଦେଓ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲ । ଜୟପାଟଣା ଜୋନ ୧ର ଜିଲ୍ଲା ପରିଷଦ ଅଙ୍ଗଦ ମାଝୀ, ଜୟପାଟଣା ସମିତି ସଭ୍ୟା ରଶ୍ମିତା ଦୁରିଆ ବି ଡି ଓ ଧର୍ମ ରାଜ ମାଝୀ, ବିଜୟ ଦିଶାରି ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଶିବିରରେ ୩୩ଟି ବ୍ୟାଟେରୀ ଚାଳିତ ଟ୍ରାୟ ସାଇକଲ, ୪୮ଟି ଶ୍ରବଣ ବାଧିତ ଯନ୍ତ୍ର, ମାନସିକ ଅନଗ୍ରସରଙ୍କ ଟି ଏଲ ଏମ କିଟ୍, ଦୃଷ୍ଟି ବାଧିତଙ୍କ ପାଇଁ ବାଡ଼ି, ପ୍ରଭୃତି ପ୍ରଦାନ କରାଯାଇଥିଲା । ସାମାଜିକ ସୁରକ୍ଷା ଅଧିକାରୀ ସିଦ୍ଧାର୍ଥ ମୁଣ୍ଡ ଶିବିର ପରିଚାଳନା କରିଥିଲେ । ପରେ ଉଭୟ ସାଂସଦ ଓ ବିଧାୟକ ମୁଖିଗୁ ଡ଼ା ଠାରେ ନିର୍ମାଣାଧୀନ ପ୍ରମାଦ ଉଦ୍ୟାନରେ ବୃକ୍ଷ ରୋପଣ କରିଥିଲେ ।
.

jittmm
Leave A Reply

Your email address will not be published.