
ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ଏକ କଦମ ଆପ କେ ସାଥ “ର ଏକ ସେବା କାର୍ଯ୍ୟ ମାଧ୍ୟମରେ ପଥଚାରୀମାନଙ୍କୁ ଦହି ପଣା ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ପ୍ରତିଷ୍ଠାତା କଲ୍ୟାଣୀ ଦାସ ଓ ସଭାପତି ମୋହନ ପଟ୍ଟନାୟକଙ୍କ ତତ୍ତ୍ୱବାଧନରେ ହୋଇଥିଲା । ବରିଷ୍ଟ ଉପଦେଷ୍ଟା ପ୍ରଫୁଲ୍ଲ ସାମଲ, ଲୀନା ବିଶ୍ୱାଳ, ରଶ୍ମିତା ମଲିକଙ୍କୁ ସମ୍ବର୍ଦ୍ଧିତ କରି ପଣା ବିତରଣ ଆରମ୍ଭ ହୋଇଥିଲା । କଦମର ସଦସ୍ୟ ଦିବାକର ଦାସ ଓ ଅଜୟ ନାୟକ ଉପସ୍ଥିତ ରହିଥିଲେ । ସେହିପରି ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଏକ କଦମ ଆପ କେ ସାଥ ଅନୁଷ୍ଠାନ ତରଫରୁ ପ୍ରାୟ ଶହେ ଦଶ ଜଣ ଶ୍ରମିକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ସହ ସେମାନଙ୍କ ସହ ଭାବ ବିନିମୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ନିତ୍ୟାନନ୍ଦ ବିଶ୍ୱାଳ, ପ୍ରଫୁଲ୍ଲ ସାମଲ, ମୋହନ ପଟ୍ଟନାୟକ ଓ ଦିବାକର ଦାସଙ୍କ ସହଯୋଗରେ ସମ୍ପାଦନା ହୋଇଥିଲା ।