oom

ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ସଚେତନତା ଶିବିର ଓ ପ୍ରମାଣ ପତ୍ର ବଣ୍ଟନ

jsmm

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ମୁନିଗୁଡା ବ୍ଲକର ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସକଟା ଗ୍ରାମରେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ସଚେତନତା ଶିବିର ଓ ଜାତି, ଆୟ ଓ ବାସିନ୍ଦା ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ଜମି ସଂଯୋଜକ ରାମକୃଷ୍ଣ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ମୁନିଗୁଡା ତହସିଲଦାର ଏମ୍‌. ଅନୁରାଧା, ମୁନିଖୋଲ ଗ୍ରାମ ପଞ୍ଚାୟତ ସରପଞ୍ଚ ପାଇକା ଜାକାଶିକା, ସିଡିପିଓ ଡାଳିମ୍ବ ନାୟକ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ପାନୀୟଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ରମେଶ ମିଞ୍ଜ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ସମସ୍ତ ବିଶେଷ ତଥ୍ୟ ଓ ଯୋଜନାର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଯୋଜନାରେ କିପରି ବିଭିନ୍ନ ପ୍ରକାରର ପ୍ରମାଣପତ୍ର ଆବେଦନ କରି ପାରିବେ ସେନେଇ ସଚେତନତା କରାଇଥିଲେ । ଗ୍ରାମରେ ୮୦ ଜଣ ହିତାଧିକାରୀଙ୍କୁ ଜାତି ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ଓ ବାସିନ୍ଦା ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ସମସ୍ତ ପ୍ରମାଣ ପତ୍ର ଗୁଡିକୁ ନିଜ ନିଜ ଗ୍ରାମରେ ପାଉଥିବାରୁ ହିତାଧିକାରୀମାନେ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମୁନିଗୁଡା ରାଜସ୍ୱ ନିରୀକ୍ଷକ ପି. ରାଜେଶଙ୍କ ସମେତ ତହସିଲ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.