ଆଞ୍ଚଳିକ ପୁର୍ନବାସ ଓ ଗବେଷଣା କେନ୍ଦ୍ର ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସମାଜ କଲ୍ୟାଣ ଅନୁଷ୍ଠାନ ଆଞ୍ଚଳିକ ପୁର୍ନବାସ ଓ ଗବେଷଣା କେନ୍ଦ୍ର (ଆର୍. ଆର୍. ଆର୍. ସି) ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଆଜି ସେକ୍ଟର-୨ ସ୍ଥିତ କମ୍ୟୁନିଷ୍ଟ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଆର୍. ଆର୍. ଆର୍. ସି କେନ୍ଦ୍ରର ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବଣ୍ଟନ ଶିବିରରେ ପାନପୋଷ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମିନୁ ତାଣ୍ଡିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ, ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ବିଭିନ୍ନ ଭିନ୍ନକ୍ଷମ କଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଶିଳ୍ପପତି ତଥା ରାଉରକେଲା ୟୁଥ୍ ହଷ୍ଟେଲର ଅଧ୍ୟକ୍ଷ ବୁଦ୍ଧଦେବ ବାସୁ ଶିବିରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଦିବ୍ୟାଙ୍ଗମାଳ ଈଶ୍ୱରଙ୍କ ସନ୍ତାନ, ସେମାନଙ୍କ ସେବା ଈଶ୍ୱରଙ୍କ ସେବା ବୋଲି ମତବ୍ୟକ୍ତ କରିଥିଲେ । ସଂସ୍ଥା ପକ୍ଷରୁ ୫୨ ଜଣ ଭିନ୍ନକ୍ଷମଙ୍କୁ ସହାୟକ ଉପକରଣ ମଧ୍ୟରେ ତିନି ଚକିଆ ସାଇକେଲ ୧୨ଟି, ହ୍ୱିଲ୍ ଚେୟାର ୬ଟି, କୁଷ୍ଠ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଗୃହ ଉପକରଣ ୨୭ଟି, ଦୃଷ୍ଟିହୀନ ବାଡି ୩ଟି, ଆଶାବାଡ଼ି ୫ଟି, ୱାକର ୧ଟି ମାଗଣାରେ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶେଷ ଆର୍. ଆର୍. ଆର୍. ସି.ର ନିର୍ଦ୍ଦେଶକ ତ୍ରିଲୋଚନ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ଶିବିରକୁ ଯଦୁ ଚରଣ ମୁର୍ମୁ, ବିଶିକେସନ ନାୟକ, ଗୌତମ ମହାନ୍ତି, ପ୍ରିୟବ୍ରତ ସାହୁ, ଗୀତା ସାହୁ, ଦମୟନ୍ତୀ ରାଉତ, ମୁକେଶ ବାରିକ, ଶଙ୍କର ନାୟକ, ସୁବ୍ରତ ନାୟକ, ସଲିଲ କୁମାର ସାହୁ, ଝୁନୁ ଲତା ସାହୁ, ଲକ୍ଷ୍ମୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.