ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କ “ଡେଲାଙ୍ଗରୁ ପ୍ରକୃତି ସୁରକ୍ଷା ବାର୍ତ୍ତା” ବ୍ୟାନର ଦୟଣାଚୋରୀ ଲୋକ ଉତ୍ସବ ମଞ୍ଚରେ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ପଂଚାୟତର “ଦୟଣାଚୋରୀ’ ମେଳଣ ଅବସରରେ “ଦୟଣାଚୋରୀ ଲୋକଉତ୍ସବ ମଞ୍ଚ-୨୦୨୨ ତା -୧୭-୦୪-୨୦୨୨ରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ଅଧ୍ୟକ୍ଷ ଏକାଧାରରେ ଜଣେ କବି, ଲେଖକ, ସାହିତ୍ୟିକ, ଆଇନଜୀବୀ, ପରିବେଶ ବିତ୍ତ, ପ୍ରକୃତିବଂଧୁ ହୃଷୀକେଶ ପାଢ଼ୀଙ୍କ “ଡେଲାଙ୍ଗରୁ ପ୍ରକୃତି ସୁରକ୍ଷା ବାର୍ତ୍ତା’ ବ୍ୟାନର ମୁଖ୍ୟଅତିଥି ପ୍ରଥିତଯସା କବି ଡ଼ଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ମୁଖ୍ୟବକ୍ତା ବାଗ୍ମୀ ଆଇନଜୀବୀ ନିଶିକାନ୍ତ ମିଶ୍ର, ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ପ୍ରକୃତିବନ୍ଧୁ ଦିଲ୍ଲୀପ କୁମାର ଧାଉଡିଆ, ଡେଲାଙ୍ଗ ବ୍ଲକ ପ୍ରାକ୍ତନ ଉପାଧ୍ୟକ୍ଷ ଅଜୟ କୁମାର ରାଉତରାୟ, ଜଗନ୍ନାଥ ସଂସ୍କୃତି ପ୍ରବଚକ ଶରତ କୁମାର ରାଉତ, ଦୁର୍ଗା ଚରଣ ରାଉତରାୟ, ଆଇନଜୀବୀ ଶଶୀ ଶେଖର ରାୟ, ସାମ୍ବାଦିକା ଗୀତାରାଣୀ ରଣଜିତ, ଅନିମାଞ୍ଜଳି ମିଶ୍ର, କବି ମାନସ ରଞ୍ଜନ ପଟ୍ଟନାୟକ, ପ୍ରକୃତିବନ୍ଧୁ ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କ କରକମଳରେ ଲୋକାର୍ପିତ ହୋଇ ଜନସଚେତନତା ସୃଷ୍ଟି କରାଯାଇଥିଲା । ଅତିଥିମାନେ ଶ୍ରୀ ପାଢ଼ୀଙ୍କର ଏତାଦୃଶ ପରିବେଶ ସୁରକ୍ଷା କାର୍ଯ୍ୟର ଭୁୟସୀ ପ୍ରଂଶସା କରିବା ସହ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ଗଛ ପୋତିବା ସହ ବନ୍ୟପ୍ରାଣୀ, ସାମୁଦ୍ରିକ ଜୀବ, ବିଭିନ୍ନ ପ୍ରଜାତିର କୀଟ ଆଦିଙ୍କର ସୁରକ୍ଷା କରିବା ପାଇଁ ଆହ୍ୱାନ ଦେଇ ଶ୍ରୀ ପାଢ଼ୀଙ୍କର “ମୋ ଡେଲାଙ୍ଗ ସବୁଜ ଡେଲାଙ୍ଗ’ ସ୍ବପ୍ନକୁ ସାକାର କରିବା ପାଇଁ ନିବେଦନ କରିଥିଲେ । ଶେଷରେ ପ୍ରକୃତିପ୍ରେମୀ ଶ୍ରୀ ପାଢ଼ୀ” ଆମେ ହସାଇବା ଆମ ପରିବେଶ’ କବିତା ଆବୃତ୍ତି କରି ସ୍ରୋତାମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଆନୁଷ୍ଠାନ ତରଫରୁ ଶ୍ରୀ ପାଢ଼ୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।

Leave A Reply

Your email address will not be published.