ରାଉରକେଲା, (ସସ୍ମିତା ପ୍ରଧାନ) : ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ବନମହୋତ୍ସବ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ଯୋଜନାର ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କଲେଜର ଅଧ୍ୟକ୍ଷା ଇପଶିବା ଏକ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ବୃକ୍ଷ ରୋପଣ କରିଥିଲେ । ରାଉରକେଲା ବନାଞ୍ଚଳର ଫରେଷ୍ଟର ରିତାଞ୍ଜଳୀ ଶତପଥି, ୱାଇ ଏମଏଫଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାଧ୍ୟାପକ ମାନସ ବେହେରା, ଅଧ୍ୟାପକ ପ୍ରକାଶ ସୋରେଙ୍ଗ, ଅଧ୍ୟାପିକା ସୋନିଆ ମାଝୀଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାବୃନ୍ଦ, କଲେଜର ଛାତ୍ରୀ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ପରିବେଶ ସୁରକ୍ଷା ପାଇଁ ମା’ଙ୍କ ନାମରେ ସମସ୍ତେ ଗଛଟିଏ ଲଗାଇବାକୁ ଆହ୍ୱାନ ଦିଆଯାଇଥିଲା । ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀଗଣ କଲେଜ ପରିସରରେ ଚାରା ରୋପଣ କରିଥିଲେ ।