ପାଟଣାଗଡ଼ ମୁଖ୍ୟ ରାସ୍ତା ମରାମତି ଦାବୀରେ ବଣିକ ସଂଘ ପକ୍ଷରୁ ରାସ୍ତାରୋକ୍

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବଣିକ ସଂଘ ପକ୍ଷରୁ ସଂଘର ସଭାପତି ରାଜେଶ ମେହେରଙ୍କ ନେତୃତ୍ୱରେ ପାଟଣାଗଡ଼ରୁ ବଲାଙ୍ଗିରକୁ ସଂଯୋଗ କରୁଥିବା ୪୨ ନଂ ରାଜ୍ୟ ରାଜପଥକୁ ଅବରୋଧ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଗତ ୨୨ ତାରଖ ଦିନ ସ୍ମାର୍ଟହେଲ୍‌ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଟଣାଗଡ଼ ଗସ୍ତ ଥିଲା । ଏହା ପୂର୍ବରୁ ଏନ୍‌ଏସି ତରଫରୁ ସହରର ମୁଖ୍ୟ ରାସ୍ତା ସହିତ କଲେଜ ଛକଠାରୁ ପୂର୍ତ୍ତ ବଭାଗର ଡାକବଙ୍ଗଳା ପର୍ଯ୍ୟନ୍ତ ଖାଲଢିପ ରାସ୍ତାକୁ ମରାମତି କରାଯାଇଥିଲା । ଏବେ ପିଚୁ ଏବଂ ଚିପସ୍‌ ଉଠିଯାଇ ଖାଲ ହେବା ସହିତ ଧୂଳି ଉଡିଲୋକେ ଅଣନିଃଶ୍ବାସୀ ହୋଇଯାଉଥିବା ଅଭିଯୋଗ ହେଉଛି । ଏପରକି ଗୋଡି ଲୋକଙ୍କ ଦେହରେ ବାଜିବା ସହ ଦୋକାନ ଭିତରକୁ ପ୍ରବେଶ କରୁଛି ଫଳରେ ଦୈନିକ ଛୋଟବଡ ଦୁର୍ଘଟଣା ଘଟିବା ସହିତ ଲୋକେ ନାନା ଅସବୁଧାର ସମ୍ମୁଖୀନ ହେଉଛନ୍ତି ବୋଲି ମତ ଅଭିଯୋଗ ହେଉଛି । ପ୍ରତିମାସରେ ଦୋକାନୀଙ୍କ ଠାରୁ ଏନ୍‌ଏସି ଟିକସ ଆଦାୟ କରୁଥିଲେ ହେଁ କୌଣସି ସୁବିଧା ସୁଯୋଗ ଦେଉ ନଥିବା ବଣିକ ସଂଘ ଅଭିଯୋଗ କରିଛି । ପାଟଣାଗଡ଼ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଦୋକାନୀମାନେ ଅତିଷ୍ଠ ହୋଇ ପଡ଼ିଲେଣି ବୋଲି ମତ ପ୍ରକାଶ ପାଉଛି । ରାସ୍ତା ଅତ୍ୟଧିକ ଖରାପ ହୋଇଥିବାରୁ ବଣିକ ସଂଘ ତରଫରୁ ଗତକାଲି ଅପରାହ୍ନରେ ରାମଜୀ ଛକଠାରେ ରାସ୍ତାରୋକ କରାଯାଇଥିଲା । ଦେଢଘଣ୍ଟା ପରେ ଅତରିକ୍ତ ଉପଜିଲ୍ଲାପାଳ କ୍ଷୀରୋଦ୍ର ସାହୁ ଓ ନିର୍ବାହୀ ଯନ୍ତ୍ରୀ ଅରୁଣକୁମାର ଟେଟେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରଥିିଲେ । ସହରର ମୁଖ୍ୟ ରାସ୍ତାରେ ଥିବା ଚିପସ୍ ଗଡିକୁ ହଟାଇ ଦେବା ସହ ଆସନ୍ତା ମଙ୍ଗଳବାର ଦିନ ରାସ୍ତା କାମ ପୁଣି କରାଯିବ ବୋଲି ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Leave A Reply

Your email address will not be published.