ଆନ୍ତର୍ଜାତିକ ବାଣିଜ୍ୟ ମେଳା ଆସନ୍ତା ୧୩ ତାରିଖରୁ ୨୩

ରାଉରକେଲା, (ସସ୍ମିତା ପ୍ରଧାନ) : ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଲିଓ ଆରଏମଏସ ଆଉଟଡୋରର ମିଳିତ ଆନୁକୂଲ୍ୟରେ ଏକ ଆନ୍ତର୍ଜାତିକ ବାଣିଜ୍ୟ ମେଳା ସେକ୍ଟର ୧୩ ମେଳଣ ପଡ଼ିଆ ଠାରେ ଆସନ୍ତା ୧୩ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ପାନ୍ଥନିବାସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଉଭୟ ଅନୁଷ୍ଠାନର କର୍ମକର୍ତ୍ତା ସୁଜିତ ଗୁପ୍ତା, ମନୋଜ ନାୟକ, ଦିନେଶ ଭୋଳ, ସରୋଜ ମହାପାତ୍ର, ବୀର ବାହାଦୁର ସିଂ ଓ ମନୋଜ ନାୟକ (୨) ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ଏଭଳି ବାଣିଜ୍ୟ ମେଳା ସହରରେ ପ୍ରଥମ କରି କରାଯାଉଛି ଯେଉଁଥିରେ ବିଶ୍ୱର ପ୍ରାୟ ୧୦ ଟି ଦେଶ ଓ ଭାରତର ୨୦ ଟି ରାଜ୍ୟର ବ୍ୟବସାୟୀମାନେ ଅଂଶଗ୍ରହଣ କରିବେ । ଏହି ମେଳାରେ ମୁଖ୍ୟତଃ ବାଂଲାଦେଶର ଶାଢ଼ି, ପାକିସ୍ତାନର ମାର୍ବଲ, ଥାଇଲାଣ୍ଡର ଆସବାବପତ୍ର, ତୁର୍କୀର ଝୁମର୍, ଆଫଗାନିସ୍ତାନର ସୁଖିଲା ଖାଦ୍ୟ, ଇଜିପ୍ଟର ଆଭ୍ୟନ୍ତରୀଣ ସାଜସଜ୍ଜା, ଇରାନର କାର୍ପେଟ, ମାଲେସିଆର ୱାଟର ଫାଉଣ୍ଡେସନ ଓ ଭାରତର ପ୍ରାୟ ୨୦ ଟି ରାଜ୍ୟର ବିଭିନ୍ନ ହ୍ୟାଣ୍ଡଲୁମ, ପୁରୁଷ ଓ ମହିଳାମାନଙ୍କ ପ୍ରଶାଧାନର ପ୍ରାୟ ୪୦ ହଜାର ସାମଗ୍ରୀ ୪୦୦ ଟି ଷ୍ଟଲରେ ଉପଲବ୍ଧ ହେବ । ଏଥି ମଧ୍ୟରେ ୩୦୦ ଟି ଏସି ଷ୍ଟଲ ଓ ୧୦୦ ଟି ବିନା ଏସି ଷ୍ଟଲ ରହିବ । ଏହି ମେଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ସମାଜସେବୀ ଗଣେଶ ବାଗାଡିଆ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିବେ । ଏଣୁ ସହର ବାସୀ ଏହି ୧୧ ଦିନିଆ ମେଳାରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ଉଭୟ ଅନୁଷ୍ଠାନର କର୍ମକର୍ତ୍ତାମାନେ ଅନୁରୋଧ କରିଛନ୍ତିି ।

Leave A Reply

Your email address will not be published.