jayashree

୨୬ ଫେବୃଆରିରେ ଭାରତ ବାଣିଜ୍ୟ ବନ୍ଦ

ଭୁବନେ‌ଶ୍ୱର : ୨୬ ଫେବୃଆରି ରେ ଭାରତ ବାଣିଜ୍ୟ ବନ୍ଦ ଘୋଷଣା କରିଛି । ତେବେ ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟ ସଙ୍ଗଠନ ବନ୍ଦ ଘୋଷଣା କରିଛ‌ନ୍ତି ବୋଲି ଜଣାପଡିଛି । ପରିବହନ କ୍ଷେତ୍ରର ସର୍ବବୃହତ ସଂଗଠନ ଅଲ ଇଣ୍ଡିଆ ପରିବହନ କଲ୍ୟାଣ ସଂଘ ଫେବୃଆରି ୨୬ରେ ଏହି ବନ୍ଦକୁ ସମର୍ଥନ କରି ସାରା ଦେଶରେ ଚକାଜାମ ଘୋଷଣା କରିଛି । ଆଜିଠୁ ଆରମ୍ଭ ହୋଇଛି ନାଗପୁରରେ ସର୍ବଭାରତୀୟ ବ୍ୟବସାୟ ସଙ୍ଗଠନ ଦ୍ୱାରା ଆୟୋଜିତ ତିନି ଦିନର ଜାତୀୟ ବ୍ୟବସାୟ ସମ୍ମିଳନୀ । ଯେଉଁଥିରେ ଯୋଗ ଦେଇଛନ୍ତି ଦେଶର ସମସ୍ତ ରାଜ୍ୟର ୨୦୦ରୁ ଅଧିକ ପ୍ରମୁଖ ବ୍ୟବସାୟିକ ନେତା । ଜାତୀୟ ସଭାପତି ବି.ସି ଭରତୀୟା, ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଏବଂ ପରିବହନ କଲ୍ୟାଣ ସଂଘର ଜାତୀୟ ସଭାପତି ପ୍ରଦୀପ ସିଙ୍ଘଲ ଭାରତ ବାଣିଜ୍ୟ ବନ୍ଦ କରିବାକୁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.