jayashree

ବହ୍ନିକନ୍ୟା ପାର୍ବତୀ ଗିରି ଜୟନ୍ତୀ ସମାରୋହରେ ମତପ୍ରକାଶ : ପାର୍ବତୀଙ୍କ ତ୍ୟାଗପୂତ ଜୀବନ ଇତିହାସରେ ସ୍ଥାନୀତ ହେଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ମଦରଟେରସା ଭାବେ ଜନାସୁନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କର ସେବା, ତ୍ୟାଗପୂତ ଜୀବନର ତୁଳନା ନାଇଁନ । ଆଜୀବନ ବ୍ରହ୍ମଚାରିଣୀ ହୋଇ ଭି ହଜାର ହଜାର ଅନାଥ ଛୁଆକୁଁ ମାଁର୍ ସଁସେ ଦେଇ ସେ ବଡମାଁ ହୋଇ ଯାଇଥିଲେ । ପ୍ରତିକୂଳ ପରିସ୍ଥିତିରେ ସାରା ଜୀବନ ସମାଜ ସେବାଥିଁ କଟେଇ ଦେଇଥିବା ପାର୍ବତୀ ଗିରିଙ୍କର ସଂଘର୍ଷମୟ ଜୀବନ ପଢାବହିଥି ସାମିଲ୍ କରାଯାଉ । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ଆୟୋଜିତ ବହ୍ନିକନ୍ୟା ପାର୍ବତୀ ଗିରିକଁର୍ ୯୬ ତମ ଜୟନ୍ତୀ ସମାରୋହରେ ଏହି ମତ ପ୍ରକାଶ ପାଇଛି । ପଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉକ୍ତ ସମାରୋହକୁ ପୂର୍ବତନ ସରପଞ୍ଚ କବିରାଜ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସଭାପତି ମୋହନ ସିଂଙ୍କ ଅଧ୍ୟକ୍ଷତା ତଥା ଉପସଭାପତି ଦିଲ୍ଲୀପ କୁମାର ଦେବତାଙ୍କ ସଂଯୋଜନାରେ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା । ସଂପାଦକ ରାଜେଶ୍ୱର ବେହେରା ବହ୍ନିକନ୍ୟା ପାର୍ବତୀ ଗିରିକଁର୍ ତ୍ୟାଗପୂତ, ସଂଘର୍ଷମୟ ଜୀବନ ଉପରେ ଆଲୋକପାତ କରିଥିଲେ । କବି ଈଶ୍ୱର ମେହେର କବିତା ମାଧ୍ୟମରେ ଉଦ୍‌ଘାଟନୀ ସଂଗୀତ ପରିବେଷଣ କରି ବହ୍ନିକନ୍ୟାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କବି ଅଧିକାରୀ ସା, ଦିଲେଶ ମେହେର, ବାସୁଦେବ ପଧାନ, ସାବିତ୍ରୀ ମେହେର, ଯଦୁମଣି ପଟେଲ, ସୁରେଶ ଚନ୍ଦ୍ର ଭୋଇ, ରାମପ୍ରସାଦ ବାଗ, କ୍ରାନ୍ତିକବି ହରିଲାଲ ସାହୁ ପ୍ରମୁଖ କବିତା ପାଠ କରିଥିଲେ । ଦୁର୍ବାଦଳ ମେହେର, ଛାୟାକାନ୍ତ ଦେବତା, ଭରତ ସାହୁ, ଦଶରଥ ପଧାନ, ସୁରେଶ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କୋଭିଡ କଟକଣାକୁ ପାଳନ ପୂର୍ବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କବି ମକରଧ୍ୱଜ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସମଲାଇପଦର ନିକଟସ୍ଥ ପାର୍ବତୀ ଗିରି ଅନାଥା ବ୍ରୁଦ୍ଧାଶ୍ରମରେ ଆୟୋଜିତ ଜୟନ୍ତୀ ସମାରୋହରେ ବିଧାୟିକା ରୀତା ସାହୁ ମୁଖ୍ୟ ଅତିଥି, ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସେବା, ମମତାର ପ୍ରତିମା ପାର୍ବତୀ ଗିରିକଁର୍ ଶ୍ରୁତିଚାରଣ କରିଥିଲେ । ସୁବାସ ପଧାନ, ନିବାରଣ କୁମୁରିଆ, ରକ୍ତଦାତା ଦମ୍ପତ୍ତି ମିନୁ ଓ ଉମେଶ ଶର୍ମାଙ୍କୁ ସମ୍ମାନୀତ କରାଯାଇଥିଲା ।

Leave A Reply

Your email address will not be published.