ରାଉରକେଲାରେ ବାଇକ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ : ୭ଜଣଙ୍କୁ ବାନ୍ଧିଲା ପୁଲିସ

ରାଉରକେଲା : ରାଉରକେଲା ସହରରେ ମାତିଛନ୍ତି ବାଇକ୍ ଚୋର । ବିଭିନ୍ନ ଅଞ୍ଚଳରୁ ଗାଡି ଚୋରି କରି ସେଗୁଡ଼ିକୁ ଖଣ୍ଡ ଖଣ୍ଡ କରି ବିକ୍ରି କରୁଥିଲେ । ତେବେ ଏହି ଲୁଟେରା ରାକେଟର ପର୍ଦ୍ଦାଫଶ କରି କରିଛି ପ୍ଲାଣ୍ଟ ସାଇଟ୍ । ସେମାନଙ୍କ ମଧ୍ୟରୁ ୭ଜଣଙ୍କୁ ଗିରଫ କରିଛି ପୁଲିସ । ଅଭିଯୁକ୍ତଙ୍କଠାରୁ ୪ଟି ଚୋରା ବାଇକ୍ ଓ ବିପୁଳ ଯନ୍ତ୍ରାଂଶ ଜବତ କରାଯାଇଛି । ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଜାରି ରହିଥିବା କହିଛନ୍ତି ଡିଏସପି ।

jittmm
Leave A Reply

Your email address will not be published.