୧୯୯୦ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ହାଇସ୍କୁଲର ୧୯୯୦ ମସିହା ମାଟ୍ରିକ ବ୍ୟାଚ୍‌ ପୁରାତନ ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁ ମିଳନ କଲ୍ୟାଣପୁର +୨ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଦିବଙ୍ଗତ ସାଥି ଓ ଗୁରୁଜୀଙ୍କ ପାଁଇ ଦୁଇ ମିନିଟ ନିରବ ପାର୍ଥନା କରାଯାଇଥିଲା । ବିଦ୍ୟାଳୟ ଜୀବନର ଅଭୁଲା ସ୍ମୃତି ଅନୁଭୂତିକୁ ନିଜ ନିଜ ମଧ୍ୟରେ ବଖାଣୀ ଭାବ ପ୍ରବଣ ହୋଇଯାଇଥିଲେ । ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ପରିବାରବର୍ଗ ଏଥିରେ ସାମିଲ ହୋଇଥିଲେ । ଅବସର ପ୍ରାପ୍ତ ଶିକ୍ଷକ ଜିତେନ୍ଦ୍ର ମୋହନ ପୃଷ୍ଟି, ବଟକୃଷ୍ଣ ଜେନା, ଜମ୍ବେଶ୍ଵର ମୁଦୁଲି, ଚକ୍ରଧର ପ୍ରଧାନ, ଅମିନ ପ୍ରଧାନ, ଜଟାଧାରୀ ପରିଡ଼ା, ପ୍ରଭାକର ବାରିକ, କପିଳ ପ୍ରଧାନ, କୃତ୍ତିବାସ ପ୍ରଧାନ ପ୍ରମୁଖ ଗୁରୁଜୀ ଅତିଥି ଭାବେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପୁରାତନ ଛାତ୍ରଛାତ୍ରୀ କିମତ ପଟ୍ଟନାୟକ, ମାନସ ରାଉତରାୟ, ପବିତ୍ର ମୋହନ ଜେନା, ସୁନିଲ ପ୍ରଧାନ ,ଗଙ୍ଗାଧର ପ୍ରଧାନ, ବୁଲୁ ଦାସ, ପ୍ରକାଶ, ନରେନ୍ଦ୍ର ପ୍ରଧାନ, ସୁଚରିତା, ସତ୍ୟଭାମା, ଟୁନୀଲତା, ଦେବଯାନୀ, ରଶ୍ମି, ରଶ୍ମିତା, ଭାରତୀ, ମକରା, ପ୍ରକାଶଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅତିଥିମାନଙ୍କୁ ଉତ୍ତରୀୟ, ଉପଢୌକନ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଗୁରୁପୂଜନ କରାଯାଇଥିଲା ।

Leave A Reply

Your email address will not be published.