କଣ୍ଟାବାଞ୍ଜି ଏନ୍‌ଏସି ସ୍ତରୀୟ ବିଜେଡି କର୍ମୀ ବନ୍ଧୁମିଳନ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ବିଜୁ ଜନତାଦଳ ଅଫିସ୍‌ ଠାରେ କଣ୍ଟାବାଞ୍ଜି ସଭାପତି ଦେବାର ବାରିକ ଓ କଣ୍ଟାବାଞ୍ଜି ଯୁବ ସଭାପତି ବିଷ୍ଣୁପ୍ରସାଦ ଜୁଏଡ଼ଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ଏନ୍‌ଏସି ସ୍ତରୀୟ ବିଜେଡି କର୍ମୀ ବନ୍ଧୁମିଳନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତି ନିରୁପମା ମାଝୀ ଯୋଗଦାନ କରି ବିଧାୟକ ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ଏକଲକ୍ଷ ଭୋଟ୍‌ ବ୍ୟବଧାନରେ ବିଜୟୀ କରିବା ପାଇଁ ଶପଥ କରାଇଥିଲେ । ଏହି ସଭାରେ ବିଜେଡି ଯୁବନେତା ଗିରିରାଜ ସିଂ ମାଝୀ,୧୧ ନମ୍ବର ୱାର୍ଡ ମେମ୍ବର ସୂର୍ଯ୍ୟ ମିଶ୍ର, ୭ ନମ୍ବର ୱାର୍ଡ ମେମ୍ବର ପ୍ରତିନିଧି ରାମଚନ୍ଦ୍ର ରାଏ, ତୁରେକେଲା ବ୍ଲକ୍‌ ସଭାପତି ଆଶାଦୁଲ୍ଲା ଖାନ, ବଲାଙ୍ଗିର ମହିଳା ମୋର୍ଚା ସମ୍ପାଦିକା ପିଙ୍କି ଖର୍ଶେଲ, ବିଶ୍ୱନାଥ ସାହୁ, ଦୈତାରୀ ଭୋଇ, ଅମିତ ଜାଙ୍ଗଡ଼ା, ବିଟୁ ସାଙ୍ଘା, ଦୀପକ ଘିବେଲା, ଗୁଡ଼ୁ ବେହେରା, ସୁମନ ସେଠ, ଗୋକୁଳ ବେହେରା, ସୁଦାମ ବେହେରା, ଧିରୁ ସାହୁ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.