୮୩ ସିନିୟର ବ୍ୟାଚ୍‌ର ବନ୍ଧୁମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡ଼ାସମ୍ବର ହାଇସ୍କୁଲର ପୂରାତନ ଛାତ୍ର ୮୩ ସିନିୟର ବ୍ୟାଚ୍‌ର ଏକ ବନ୍ଧୁମିଳନ ସ୍ଥାନୀୟ ପଦ୍ମପୁର ନିକଟସ୍ଥ ଦେଉଲି ଗ୍ରାମରେ ଥିବା ବନ୍ଧୁ ବିଜୟ ରାମଚ‌ନ୍ଦାନୀଙ୍କ ଫାର୍ମ ହାଉସରେ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁ ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ପ୍ରଥମେ ଦିବଂଗନ୍ତ ବନ୍ଧୁ ମାନଙ୍କର ଅମର୍‌ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ଦୂରରୁ ଆସିଥିବା ବନ୍ଧୁମାନଙ୍କୁ ସ୍ୱାଗତ କରାଯାଇଥିଲା । ବନ୍ଧୁ ମାନେ ନିଜର ନିଜର ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ବନ୍ଧୁ ସୁଦୀ‌ପ୍ତ ଦାସ, ଅକ୍ଷୟ ନାୟକ ଏବଂ ବନ୍ଧୁ ଗଜେନ୍ଦ୍ର ମହାନ୍ତିଙ୍କ ମିଳିତ ଉଦ୍ୟମରେ ବଂଧୁମିଳନ ଠିକ୍‌ ରୂପେ ଅନୁଷ୍ଠିତ ହୋଇଥିବାରୁ ତାଙ୍କୁ ପ୍ରଶଂସସା କରାଯାଇଥିଲା । ପ୍ରତ୍ୟେକ ବର୍ଷ ଯେମିତି ଶାନ୍ତି ଶୃଙ୍ଖଳା ସହିତ ବଂଧୁମିଳନ ହୋଇପାରିବ, ସେଥି ସକାଶେ ଏକ କମିଟି ଗଠନ କରାଯାଇଥିଲା । ସଭାପତି ଭାବରେ ସୁଦୀପ୍ତ ଦାସ, ଉପସଭାପତି ଭାବରେ ହେମନ୍ତ ପଟ୍ଟନାୟକ, ସମ୍ପାଦକ ଭାବରେ ଗଜେନ୍ଦ୍ର କୁମାର ମହାନ୍ତି ଏବଂ କୋଷାଧ୍ୟକ୍ଷ ଭାବେ ବନ୍ଧୁ ଅକ୍ଷୟ ନାୟକଙ୍କୁ ମନୋନୀତ କରାଯାଇଥିଲା । ସଭା ଶେଷରେ ବନ୍ଧୁ ବିରଞ୍ଚି ସାହୁ ଆର.ବି.ହାଇସ୍କୁଲର ପ୍ଲାଟିନମ ଜୟନ୍ତୀ ଉସବରେ ବହୁସଂଖ୍ୟାରେ ଯୋଗ ଦେବାକୁ ବନ୍ଧୁ ମାନଙ୍କୁ ଅନୁରୋଧ କରି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.