୧୯୮୬-୮୯ ବ୍ୟାଚର ଦହମୁଣ୍ଡା ହାଇସ୍କୁଲରେ ବନ୍ଧୁମିଳନ

ଭୋଗରାଇ, (ଶିବନାରାୟଣ ପାତ୍ର) : “ସ୍ମୃତି ତ କେବେ ନୁହେଁ ଫିଙ୍ଗିବାର, ଫିଙ୍ଗି ପାରିଲେ ସେ ପା’ନ୍ତା ନିସ୍ତାର ।” ଏକଦା ୧୯୮୬ରୁ ୧୯୮୯ ପର୍ଯ୍ୟନ୍ତ ଦହମୁଣ୍ଡା ହାଇସ୍କୁଲରେ ଅଧ୍ୟୟନ କରୁଥିବା ତଥା ଗୋଟିଏ ଛାତ ତଳେ ପଢ଼ୁଥିବା, ହସୁଥିବା, ଖେଳୁଥିବା, ମଜା କରୁଥିବା ଓ କେତେ ରାଗ ରୁଷା ମାନ ଅଭିମାନ କରୁଥିବା, ସାର୍ ମାନଙ୍କର କେତେ ସ୍ନେହ-ଗାଳି ବି ଉପଭୋଗ କରୁଥିବା ଛାତ୍ରଛାତ୍ରୀମାନଙ୍କୁ କୃର ସମୟ ପରସ୍ପରଙ୍କଠୁ ଅଲଗା କରିଦେଇଥିଲା । ଆଜି ବୟସର ମଧ୍ୟାହ୍ନରେ ସେ ସ୍କୁଲ ବେଳର ବନ୍ଧୁତା ପୁଣି ସତେଜ ହୋଇଛି । ପରସ୍ପରର ସାନିଧ୍ୟ ଓ ସ୍ମୃତି ସବୁକୁ ପୁଣି ଜୀବନ୍ୟାସ ଦେବାକୁ ମନ ଇତଃସ୍ତତଃ ହୋଇଉଠିଛି ।

ଏଣୁ ଉକ୍ତ ବ୍ୟାଚ୍‌ର ସମସ୍ତ ସାଙ୍ଗସାଥୀ ତାଙ୍କ ପ୍ରିୟ ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକତ୍ରିତ ହୋଇ ଚଉତିରିଶ ବର୍ଷ ପରେ ପରସ୍ପରକୁ ଦେଖି, ଚିହ୍ନି, ପାଖରେ ପାଇ ଆତ୍ମ ବିଭୋର ହୋଇଥିଲେ । ନିମନ୍ତ୍ରିତ ଅତିଥି ହିସାବରେ ତତ୍କାଳୀନ ପୂଜ୍ୟ ଶିକ୍ଷକ ବ୍ରଜନାରାୟଣ ପାଣିଗ୍ରାହୀ, ଶ୍ରୀକାନ୍ତ ଖଟୁଆ, ଉମେଶ ଚନ୍ଦ୍ର ଦେ’, ଅଜୟ ଓ ଏ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷକ ଅଲୋକ କୁମାର ପ୍ରଧାନ, ଦହମୁଣ୍ଡା ସିଆର୍‌ସିସି ପବନ କୁମାର ବେହେରା ଓ ଅନ୍ୟ ଗୁରୁକୁଳଙ୍କୁ ନେଇ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହାପରେ ସମସ୍ତେ ମଧ୍ୟାହ୍ନ ଭୋଜନରେ ବସି ଖୁବ୍ ମଜା କରିବା ସହିତ ହଷ୍ଟେଲ ଜୀବନର ସ୍ମୃତିକୁ ପୁନଃ ଜୀବନ୍ୟାସ ଦେଇଥିଲେ ।

Leave A Reply

Your email address will not be published.