oom

ପୂର୍ବତନ ଛାତ୍ରଙ୍କ ବନ୍ଧୁ ମିଳନ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆ ଗଡ଼ ନିକଟରେ ଅବସ୍ଥିତ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଖଣ୍ଡାଦେଉଳି ଉଚ୍ଚ ବିଦ୍ୟାଳୟର ୧୯୯୧ ମସିହା ଶିକ୍ଷାବର୍ଷ ଦଶମ ଶ୍ରେଣୀ ପୁରାତନ ଛାତ୍ରମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମାଘମାସ ସଂକ୍ରାନ୍ତି ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ପରିଚାଳନା କମିଟି ଗଠନ ହୋଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଦଣ୍ଡପାଣି ପ୍ରଧାନ, ଉପସଭାପତି ରମାକାନ୍ତ ସାହୁ ଓ ବଟକୃଷ୍ଣ ତ୍ରିପାଠୀ, ସମ୍ପାଦକ ବସନ୍ତ କୁମାର ବିଶ୍ୱାଳ, ସହସମ୍ପାଦକ ବିଶ୍ଵନାଥ ଆଚରି ଓ କୃଷ୍ଣଚନ୍ଦ୍ର ଗୌଡ଼, କୋଷାଧ୍ୟକ୍ଷ ସୁଧୀର ସାହୁ ଓ ରାଜେନ୍ଦ୍ର ସାହୁ, କାର୍ଯ୍ୟକାରୀ ସଦସ୍ୟ ଭାବେ ବିଦ୍ୟାଧର ଦଳବେହେରା, ବିନୋଦିନୀ ସ୍ୱାଇଁ, ରଶ୍ମିତା ଜେନା ଏବଂ କାଳୁ ଚରଣ ଜେନା ପ୍ରମୁଖ ମନୋନୀତ ହୋଇଛନ୍ତି । ପୁରାତନ ଛାତ୍ରମାନଙ୍କ ମିଳିତ ଚେଷ୍ଟାରେ ବିଦ୍ୟାଳୟ ପ୍ରାଙ୍ଗଣରେ ସ୍ଥାପିତ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତି ଗୁଡିକୁ ଆସନ୍ତା ଏପ୍ରିଲ ପହିଲାରେ ଉନ୍ମମୋଚନ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉତ୍ତର ଦାୟିତ୍ୱ ହସ୍ତାନ୍ତର କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ମହାପୁରୁଷମାନଙ୍କ ଜନ୍ମ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପାଳନ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଉତ୍ତର ଦାୟିତ୍ୱ ଦିଆଯିବା ପାଇଁ କମିଟି ପକ୍ଷରୁ ନିଷ୍ପତି ନିଆଯାଇଥିଲା । ଆଗାମୀ ଦିନରେ ବିଭିନ୍ନ ସାମାଜିକ ଓ ଜନସେବାମୂଳକ କାର୍ଯ୍ୟ ହାତକୁ ନେବା ପାଇଁ ବୈଠକରେ ଉପସ୍ଥିତ ସମସ୍ତ ପୁରାତନ ଛାତ୍ର ସହମତି ପ୍ରଦାନ କରିଥିଲେ । ଏହା ସହିତ ବିଦ୍ୟାଳୟର ସମସ୍ତ ପ୍ରାକ୍ତନ ଓ ବର୍ତ୍ତମାନ ପ୍ରଧାନ ଶିକ୍ଷକଙ୍କର ଫୋଟଚିତ୍ର ପ୍ରଧାନ ଶିକ୍ଷକଙ୍କ ପ୍ରକୋଷ୍ଠରେ ସ୍ଥାପନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହା ସହିତ ବ୍ରହ୍ମପୁର ଏବଂ ଭୁବନେଶ୍ୱର ସହରରେ ଗୋଟିଏ ଲେଖାଏଁ ଅତିଥି ଭବନ କାର୍ଯ୍ୟକ୍ଷମ କରାଯିବା ପାଇଁ କମିଟିର ସଭାପତି ଓ ସମ୍ପାଦକ ଉଭୟ ଆନୁଷ୍ଠାନିକ ଘୋଷଣା କରିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସମସ୍ତ ପୁରାତନ ଛାତ୍ରମାନେ ପରିଚାଳନା କରି ସଫଳ କରାଇଥିଲେ ।

jittmm
Leave A Reply

Your email address will not be published.