centurian jitm

ଅପହୃତଙ୍କ କବଳରୁ ଖସିଆସିଲେ ବ୍ୟବସାୟୀ : ବନ୍ଧୁକ ମୁନରେ କିଡ୍‌ନାପ କରିଥିଲେ ଦୁର୍ବୃତ୍ତ

ଜୟପୁର : ଶୁକ୍ରବାର ସନ୍ଧ୍ୟା ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଉଠାଇନେଇଥିଲେ ଅପହରଣକାରୀ । ଆଜି ସକାଳେ କୌଶଳ କ୍ରମେ କିଡ୍‌ନାପରଙ୍କ କବଳରୁ ବ୍ୟବସାୟୀ ଏ.ରାଜୁ ଖସି ଆସିଛନ୍ତି । ଶ୍ରୀ ରାଜୁଙ୍କୁ ଉଦ୍ଧାର ପରେ ବୋରିଗୁମ୍ମା ଥାନରେ ରଖାଯାଇଛି । ତେବେ କଣ ପାଇଁ ଅପହରଣ କରାଯାଇଥିଲା ତାହାକୁ ନେଇ ଛାନ୍‌ଭିନ୍ ଚଲାଇଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, ବ୍ୟବସାୟୀଙ୍କର ଏକ ମିଲ୍‌ ସ୍ଥାନୀୟ ହାଟପଦାରେ ରହିଛି । ସେ ଲୋକଙ୍କୁ ଟଙ୍କା ଦେଇ ସୁଧ ଆଦାୟ କରନ୍ତି । ଶୁକ୍ରବାର ରାତିରେ କେତେକ ଦୁର୍ବୃତ୍ତ କାର୍‌ରେ ପହଞ୍ଚିଥିଲେ । ସହର ଉପକଣ୍ଠ ବାରିଣିପୁଟ ଅଞ୍ଚଳରେ ବ୍ୟବସାୟୀଙ୍କୁ ଧମକଚମକ ଦେଇ ବନ୍ଧୁକ ମୁନରେ ଉଠାଇ ନେଇଯାଇଥିଲେ । ଖବରପାଇ ଆଇଆଇସି ଶ୍ରୀ ପ୍ରଧାନ, ଟାଉନଥାନା ଆଇଆଇସି ଈଶ୍ୱର ତାଣ୍ଡି ପ୍ରମୁଖଙ୍କ ସହ ଉଭୟ ଥାନାର ଅଧିକାରୀ ଏବଂ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ବ୍ୟବସାୟୀଙ୍କୁ ଉଦ୍ଧାର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ବିଭିନ୍ନ ଅଞ୍ଚଳରେ ମଧ୍ୟ ଚଢ଼ାଉ କରାଯାଇଥିଲା । ତେବେ ଆଜି ସକାଳେ ବ୍ୟବସାୟୀ ଏ.ରାଜୁ ଅପହରଣକାରୀଙ୍କ କବଳରୁ ଖସି ଆସିବାରେ ସଫଳ ହୋଇଛନ୍ତି । ତେବେ ପୋଲିସର ଏକ ଟିମ୍ ଅପହରଣ ସ୍ଥଳକୁ ଯାଇ ଯାଞ୍ଚ କରୁଥିବା ଜଣାପଡୁଛି ।

Leave A Reply

Your email address will not be published.