centurian jitm

ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ : ୩ ବନ୍ଧୁକ ଜବତ

ବାରିପଦା : ଶିମିଳିପାଳ ଦକ୍ଷିଣ ରେଞ୍ଜ ଅଞ୍ଚଳରୁ ୩ ଜଣଙ୍କୁ ବନ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜୁହା ଗ୍ରାମର ଲଛୁ ମୁର୍ମୁ (୪୮), ମଧୁସୂଦନ ମୁର୍ମୁ ଓରଫ ରବି (୩୮) ଓ ସେହି ଗ୍ରାମର ଘାସିରାମ ଟୁଡୁ ଓରଫ ବାସୁ (୩୫) । ଏଆଇ କ୍ୟାମେରା ଫଟୋଗ୍ରାଫକୁ ଆଧାର କରି ଏହି ୩ ଅଭିଯୁକ୍ତ ଶିକାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ୩ଟି ବନ୍ଧୁକ ମଧ୍ୟ ଜବତ କରାଯାଇଛି । ସୂଚନା ମୁତାବକ, ଏଆଇ କ୍ୟାମେରା ଫଟୋଗ୍ରାଫକୁ ଆଧାର କରି ଏହି ୩ ଅଭିଯୁକ୍ତ ଶିକାରୀଙ୍କୁ ଗିରଫ କରିଛି ଶିମିଳିପାଳ ଦକ୍ଷିଣ ରେଞ୍ଜ ଡିଭିଜନର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଦଳ । ଗିରଫ ସମୟରେ ସେମାନଙ୍କ ନିକଟରୁ ଏସ ବିବିଏଲ୍, ୧୭ କେଟ୍ରିଜ ସହ ୫ ଟି ଜୀବନ୍ତ କେଟ୍ରିଜ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ପେଶାଦାର ଶିକାରୀ । ସେମାନଙ୍କ ନିକଟରେ ଦେଶୀ ବନ୍ଧୁକ ସମେତ ଅନେକ ଅତ୍ୟାଧୁନିକ ମାରଣାସ୍ତ୍ର ଜବତ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଂଘନ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି । ସମସ୍ତ ଅଭିଯୁକ୍ତଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.