
ସୁନ୍ଦରଗଡ : ସୁନ୍ଦରଗଡ ସଦର ଥାନା କନ୍ଦାବାହଲରେ ଲୁଟେରାଙ୍କ ଆତଙ୍କରାଜ । ବିଳମ୍ବିତ ରାତିରେ ବନ୍ଧୁକ ଦେଖାଇ ପ୍ରଦିପ ପଟେଇଙ୍କ ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ନଗଦ ଏକ ଲକ୍ଷ ଟଙ୍କା । ଖବର ପାଇ ସାଇଷ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ତଦନ୍ତ କରୁଛି ପୁଲିସ । ସୂଚନା ମୁତାବକ, ଶନିବାର ବିଳମ୍ୱିତ ରାତିରେ ସୁନ୍ଦରଗଡ ସଦର ଥାନା କନ୍ଦାବାହଲର ପ୍ରଦୀପ ପଟେଇଙ୍କ ଘରେ ୫ରୁ ୭ ଜଣ ଦୁର୍ବୃତ୍ତ ପଶି ଆସିଥିଲେ । ଏକ ଘରେ ପ୍ରଦୀପ ଓ ତାଙ୍କ ପରିବାରକୁ ବାନ୍ଧିବା ସହ ପ୍ରଦୀପଙ୍କୁ ବନ୍ଧୁକ ଦେଖାଇ ମାଡ଼ ମାରିଥିଲେ । ଏହା ପରେ ଘରର ଆଲମାରୀ ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ନଗଦ ଏକ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏନେଇ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ସହ ଛାନଭିନ୍ କରୁଛି ପୁଲିସ ।