om academy

ଭିଣୋଇର ବନ୍ଧୁକ ଗୁଳିରେ ଶଳା ମୃତ

jsm

ଗଜପତି : ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭିଣୋଇର ବନ୍ଧୁକ ଗୁଳିରେ ଚାଲିଯାଇଛି ଶାଳକର ଜୀବନ । ସୂଚନା ଅନୁଯାୟୀ, ଗାଁର ପ୍ରାୟ ୧୦ଜଣ ଲୋକ ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ । ରଜ ପାଇଁ ଜଙ୍ଗଲକୁ ବାରହା ଶିକାର କରି ଗାଁରେ ଭୋଜି ଭାତର ଆସର ହୋଇଥାନ୍ତା । ହେଲେ ଶିକାରକୁ ଯାଇ ଭିଣୋଇ ଉଦୟ ନାୟକଙ୍କ ବନ୍ଧୁକ ଗୁଳିରେ ଶଳା କୈଳାସ ନାୟକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ସମ୍ପର୍କରେ ଖବର ପାଇ ମୋହନା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଉଦୟଙ୍କ ମର ଶରୀର ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଶଳା କୈଳାସକୁ ପୁଲିସ ନିଜ ହେପାଜତକୁ ନେଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଦେଶୀ ବନ୍ଧୁକକୁ ଜବତ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.