csstore

ମୁରିବାହାଲ ପଞ୍ଚାୟତି ହାଇସ୍କୁଲ ୧୯୮୩ ମାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

  • ବିଦ୍ୟାଳୟର ଋଣ ପ୍ରତିଶୋଧ ନେଇ ପ୍ରତିବଦ୍ଧତା ବିଦ୍ୟାଳୟକୁ ପ୍ରଦାନ କଲେ ୧ଲକ୍ଷ ୮୦ ହଜାର ଟଙ୍କାର ବିଭିନ୍ନ ଆନୁସାଙ୍ଗିକ ସାମଗ୍ରୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତି ହାଇସ୍କୁଲ ୧୯୮୩ ମାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ପ୍ରାକ୍ତନ ଛାତ୍ର ଭଗବାନ ମହାନ୍ତି ଓ ରାମରାତନ ମେହେରଙ୍କ ନେତୃତ୍ୱରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ସମସ୍ତ ପୁରାତନ ଛାତ୍ର ଧଳା ସାର୍ଟ ପିନ୍ଧି ପରିବାର ସହିତ ଏକତ୍ରିତ ହୋଇଥିଲେ । ବିଦ୍ୟାଳୟର ଋଣ ପ୍ରତିଶୋଧର ପ୍ରତିବଦ୍ଧତା ନେଇ ସମସ୍ତେ ଆଲୋଚନା କରିଥିଲେ । ଏହି ଅବସରରେ ୧୯୮୩ ମାଟ୍ରିକ ବ୍ୟାଚର ଛାତ୍ରମାନେ ବର୍ତ୍ତମାନର ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁନୀଲ କୁମାର ପାତ୍ର ଓ ଅନ୍ୟ ଶିକ୍ଷକ, କର୍ମଚାରୀଙ୍କ ଉପସ୍ଥିତରେ ଗୋଟିଏ କମ୍ପୁଟର, ଗୋଟିଏ ସାଉଣ୍ଡ ସିଷ୍ଟମ, ୪ଟି ଚେୟାର, ୭ଟି ଗଡ଼ରେଜ୍ ଭଳି ହାରାହାରି ୧ ଲକ୍ଷ ୮୦ ହଜାର ଟଙ୍କାର ଅନୁସାଙ୍ଗିକ ସାମଗ୍ରୀ ବିଦ୍ୟାଳୟକୁ ପ୍ରଦାନ କରିଥିଲେ । ବୈଠକରେ ଛାତ୍ରଜୀବନର ଅଭୁଲା ସ୍ମୃତି ସମସ୍ତଙ୍କୁ ଜୀବନ୍ତ କରିଥିଲା । ପ୍ରତିବର୍ଷ ବନ୍ଧୁ ମିଳନରେ ନିଜ ନିଜର ପରିବାର ସହିତ ଆଲୋଚନା ହୋଇ ଏକ ନିଆରା ଢଙ୍ଗରେ ଏହାକୁ ପାଳନ କରାଯାଇଥାଏ । ଏହି ଅବସରରେ ଶନିବାର ମଧ୍ୟ ଛାତ୍ର ରାମରତନ ମେହେରଙ୍କ ଜନ୍ମଦିନ ଥିବାରୁ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମସ୍ତେ କେକ କାଟି ଜନ୍ମଦିନ ପାଳନ କରି ଶୁଭେଚ୍ଛା ଜଣାଇଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟାଚର ଛାତ୍ର ତଥା ଏବେ ବିଭିନ୍ନ ପଦପଦବୀରେ ଥିବା ସୂର୍ଯ୍ୟନାରାୟଣ ଦାସ, ଭଗବତ ପଧାନ, ଧନଞ୍ଜୟ ପଧାନ, ପୀତାମ୍ବର ମେହେର, ଆଦିକନ୍ଦ ଖମାରୀ, କିଶୋର ନାୟକ, ପ୍ରବୀର କମ୍ପ, ବିଭୁତିନନ୍ଦ ଦାସ, ବସନ୍ତ ବାଗ, ଶ୍ରୀପତି ଷାଣ୍ଢ, ବଂଶୀଧର ବାଗ, ସବ୍ୟସାଚୀ ମିଶ୍ର, ସୁଦର୍ଶନ ଲୁହା, ବୃନ୍ଦାବନ ଶତପଥୀଙ୍କ ସହ ହାଇସ୍କୁଲର ଶିକ୍ଷକ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.