ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମରେ ଅବସ୍ଥାପିତ ଖଲ୍ଲିକୋଟ କଲେଜର ୧୯୯୨-୯୫ ବର୍ଷରେ ଅଧ୍ୟୟନ କରୁଥିବା ପୂର୍ବତନ ବିଦ୍ୟାର୍ଥୀ ତଥା ସ୍ନାତକ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ବନ୍ଧୁମିଳନର କାର୍ୟ୍କ୍ରର୍ଯ୍ୟମ ଆୟୋଜନ ହୋଇଥିଲା । ମାଁ ମହୁରୀ କାଳୁଆଙ୍କ ପୀଠରେ ଗତ ରବିବାର ଅନୁଷ୍ଠିତ ଏହି ବନ୍ଧୁମିଳନ ଖଲ୍ଲିକୋଟ କଲେଜର ପୂର୍ବତନ ଛାତ୍ରଛାତ୍ରୀମାନଙ୍କର ୩୦ ବର୍ଷ ପରେ ଏପରି ଏକ ବନ୍ଧୁ ମିଳନ ଏକ ନିଆରା ଭାଇଚାରା ସ୍ୱରୂପ ହୋଇଥିଲା । ଯାହାକି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଏଵଂ ଅନେକ ଉତ୍ସାହ ଭରିଦେଇଥିଲା ।ସମସ୍ତଙ୍କ ମୁହଁରେ ହସ ଖୁସିର ଭାବାବେଗ ଏବଂ ଆନନ୍ଦର ଉନ୍ମାଦନା ଜାଗି ଉଠିଥିଲା । ଏଥିରେ ବହୁ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ରହି ପରସ୍ପର ମଧ୍ୟରେ ସ୍ନେହ ଭାବର ଆଦାନ ପ୍ରଦାନ କରିବା ସହ ଏକ ଭବ୍ୟ ସୁସ୍ୱାଦୁ ମଧ୍ୟାହ୍ନ ଭୋଜନରେ ସମସ୍ତେ ଆପ୍ୟାୟିତ ହୋଇ ଖୁସିରେ ମଜ୍ଜି ଯାଇଥିଲେ । ଶେଷରେ ପୁଣି ତହିଁ ଆର ବର୍ଷକୁ ସମସ୍ତେ ଏକତ୍ରିତ ହେବେ ବୋଲି ମତ ଉଠିଥିବା କୁହାଯାଇଛି ।
Prev Post