ଟିଟିଲାଗଡ଼ ସିନିଅର୍‌ ସିଟିଜେନ୍‌ ଆସୋସିଏସନ୍‌ର ବନ୍ଧୁ ମିଳନ : ଆଲୋଚନା ସଭା ଓ ପୁସ୍ତକ ଉନ୍ମୋଚନ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ସଂଧ୍ୟା ୬ ଘଟିକା ସମୟରେ ଟିଟିଲାଗଡ଼ ସିନିଅର୍‌ ସିଟିଜେନ୍‌ ଏସୋସିଏସନ୍‌ର ସଭାପତି ଡ. ଘନଶ୍ୟାମ ଜୈନଙ୍କ ସଭାପତିତ୍ୱରେ ସ୍ଥାନୀୟ ଜୈନ ଭବନ ପରିସରରେ ଏକ ବନ୍ଧୁ ମିଳନ, ଆଲୋଚନା ସଭା ଏବଂ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ପ୍ରକାରର ବିଷୟରେ ଆଲୋଚନା କରାଯାଇ କଣ କଣ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ଉପସ୍ଥିତ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସେବକ ଚରଣ ଦାସଙ୍କ ଦ୍ଵାରା ଲିଖିତ (ଜେନ ଚେରେଇ ଗମନ ଯେତେ) ପୁସ୍ତକର ଉନ୍ମୋଚନ କରଯାଇଥିଲା । ବରିଷ୍ଠ ନାଗରିକମାନେ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ କିପରି ତାହାର ସମାଧାନ କରି ହେବ ସେ ନେଇ ଏକ କମିଟି ଗଠନ କରି କିଛି ଲୋକଙ୍କୁ ଦାୟିତ୍ଵ ନିର୍ବାହ କରିବା ପାଇଁ ଏକ କମିଟି ଗଠନ କରିବାକୁ ଶ୍ରୀ ବୈରି ଗଞ୍ଜନ ମିଶ୍ର ପ୍ରସ୍ତାବ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସମ୍ପାଦକ ଭିକାରି ଚରଣ ମିଶ୍ର, କୋଷାଧ୍ୟକ୍ଷ ବୃନ୍ଦାବନ ଷଡଙ୍ଗୀ, ଡ. ଛାୟାକାନ୍ତ ଷଡ଼ଙ୍ଗୀ, ସଦସ୍ୟ ବୈରୀ ଗଞ୍ଜନ୍ ମିଶ୍ରଙ୍କ ସହ ଆସୋସିଏସନ୍‌ର ବହୁତ ସଦସ୍ୟ ଯୋଗ ଦେଇଥିଲେ । ଶେଷରେ ବରିଷ୍ଠ ସଦସ୍ୟ ଘିନୁ ଆଡଯୁଆଡ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.