om academy

ଶାନ୍ତିନିକେତନ ଉଚ୍ଚ ବିଦ୍ୟାଳୟ ବିନ୍ଧାପାଲିରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

jsm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମ ପଂଚାୟତ ଶାନ୍ତିନିକେତନ ଉଚ୍ଚ ବିଦ୍ୟାଳୟ ବିନ୍ଧାପାଲିଠାରେ ୨୦୦୬ ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସଭାର ଆୟୋଜନ ହୋଇଥିଲା । ମଂଚାସୀନ ଥିଲେ ଅବସରପ୍ରାପ୍ତ ଶିକ୍ଷକ ସୁଶିଳ ଭୋଇ, ସ୍କୁଲ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ, ବିରଞ୍ଚି ପଧାନ, କଳାକାର ସାହୁ, ପ୍ରେମାନନ୍ଦ ବାରିକ ପ୍ରମୁଖ ଅତିଥିମାନେ । ଉକ୍ତ ମସିହାର ଅନେକ ପୂର୍ବତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟରେ ପ୍ରତିବର୍ଷ ଏହିଭଳି ଭାବରେ ବନ୍ଧୁ ମିଳନକୁ ବଜାୟ ରଖିବା ପାଇଁ ବୈଠକରେ ମତ ରଖିଥିଲେ । ବାଳଗୋପାଳ ସାହୁ ମଂଚ ପରିଚାଳନା କରିଥିବା ବେଳେ ହିମାଂଶୁ ସାହୁ, ସୁରେଶ ସାହୁ, ହେମସାଗର ସାହୁ, ସଂଜୀବ ବେହେରା, ସରୋଜ ଖମାରି, ରିତା ପାଣ୍ଡେ, ମଲିଫୁଲ ସାହୁ, ପଦ୍ମିନୀ ସାହୁ, ଲିଲି ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.