୧୯୮୪ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ସର୍ବପୁରାତାନ ଶିକ୍ଷାନୁଷ୍ଠାନ ମହତାବ ଉଚ୍ଚ ବିଦ୍ୟାଳୟର୧୯୮୪ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ରମାନଙ୍କ ମଧ୍ୟରେ ଏକ ବନ୍ଧୁମିଳନ ଉତ୍ସବ ମା ଗଡଚଣ୍ଡି, ଗଡକାଳୁପଡା ପୀଠସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଳନ ପର୍ବ ଉତ୍ସବରେ ୬୦ରୁ ଅଧିକ ଛାତ୍ର ଯୋଗ ଦେଇ ପାଠପଢା ବେଳର ପୁରୁଣା ସ୍ନୃତିକୁ ମନପକାଇବା ସହ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ । ମୋ ସ୍କୁଲ ଅଭିଯାନରେ ସମସ୍ତେ ସାମିଲ ହୋଇ ବିଦ୍ୟାଳୟର ଅଭିବୃଦ୍ଧି ଓ ବିକାଶରେ ସହଭାଗିତା ହେବା ସହ ଆପଦ ବିପଦରେ ପରସ୍ପରକୁୁ ସହଯୋଗ, ସହାୟତା କରିବା ପାଇଁ ସର୍ବସମିତି କ୍ରମେ ନିଷ୍ପତି ହୋଇଥିଲା । ପୁରାତନ ଛାତ୍ର ଦୁର୍ଗାଚରଣ ବେହେରା, ନିର୍ମଳ କୁମାର ପାରିଡା, ସାରଙ୍ଗ ଶ୍ରୀଚନ୍ଦନ, ପ୍ରଫୁଲ ସାମାନ୍ତରାୟ, ବସନ୍ତ ବେହେରା, ପ୍ରକାଶ ଶ୍ରୀଚନ୍ଦନ, ସିଦ୍ଧାର୍ଥ ବଳବନ୍ତରାୟ, ରବିନ୍ଦ୍ର ପାରିଡା, ଦିଲ୍ଲିପ ପଟ୍ଟନାୟକ, ପଦ୍ମ ଚରଣ ସାହୁ, ୟୋଗେନ୍ଦ୍ରନାଥ ବେହେରା, ବିଚିତ୍ରାନନ୍ଦ ପଣ୍ଡା, କ୍ଷେତ୍ରମୋହନ ସାମନ୍ତରାୟ, କାମଦବେ ଶ୍ରୀଚନ୍ଦନ ପ୍ରମୁଖ ଏହାର ସୁପରିଚାଳନା କରିଥିଲେ । ଶେଷରେ ନିର୍ମଳ କୁମାର ପରିଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.