oum

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ସମ୍ବର୍ଦ୍ଧନା ଓ ବଂଧୁ ମିଳନ ସମାରୋହ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟି ତରଫରୁ ସେକ୍ଟର ୩ଖଡ୍ଗ ଭବନଠାରେ ସମ୍ବର୍ଦ୍ଧନା ଓ ବଂଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଯଦୁମଣି ସ୍ବାଇଁଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ ଶଶଧର ପାତ୍ରଙ୍କ ଆବାହକତ୍ବ ତଥା ମୁଖପାତ୍ର କବି କୁଞ୍ଜବିହାରୀ ରାଉତ ମଂଚ ସଂଯୋଜନାରେ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟ ମୁଖ୍ୟଅତିଥି, ସର୍ବଭାରତୀୟ ଖଣ୍ଡାୟତ କ୍ଷତ୍ରୀୟ ସମାଜର ଉପସଭାପତି ସରୋଜ ସିଂହ ଓ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ପ୍ରାରମ୍ଭରେ ମହାସଭାର ସଦସ୍ୟମାନେ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥିଙ୍କୁ ବାଜା ବଜାଇ ସଭା ସ୍ଥଳକୁ ପାଛୋଟି ଆଣିଥିଲେ । ମୁଖ୍ୟ ଅତିଥି ଶ୍ରୀ ରାୟ ମହାସଭାର ପତାକା ଉତ୍ତୋଳନ କରିବା ସହ ବକ୍ତବ୍ୟରେ ସମସ୍ତ ସଭ୍ୟ ଏକ ମନ ଏକ ପ୍ରାଣ ସହ ଅନୁଷ୍ଠାନ ଓ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀ ସିଂହ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଗାମୀ କାର୍ୟ୍ୟକ୍ରମ ସଂପର୍କରେ ତଥା ମହିଳା ସଂଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ସହ ଜାତିର ଇତିବୃତି ସଂପର୍କରେ ମତ ରଖିଥିଲେ । ଏହି ଅବସରରେ ବାଣାୟତ ଓଡିଆ ଖଣ୍ଡାୟତ ସମାଜର ସାଧାରଣ ସଂପାଦକ ଅଭିରାମ ପ୍ରଧାନ, ପ୍ରାକ୍ତନ ସଂପାଦକ ଦୀନବନ୍ଧୁ ଭୋଳ, କାଳନ୍ଦୀ ସମାଜର ସଭାପତି ସୁରେନ୍ଦ୍ର ଜେନା, ଆଳୀୟ ଖଣ୍ଡାୟତ ସମାଜର ସଭାପତି ନାରାୟଣ ମହାନ୍ତି, ସାମାଜିକ କର୍ମୀ ହରିହର ରାଉତରାୟ, ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି ପି ରାୟ, ରାଜ୍ୟ କମିଟିର ଉପସଭାପତି ରାଜକିଶୋର ମାନସିଂହ, ସଂଗ୍ରାମ କେଶରୀ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିବା ସହ ଅନୁଷ୍ଠାନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସୁଚିନ୍ତିତ ମତାମତ ରଖିଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ଅତିଥିଗଣ ଖଡ୍ଗ ପୂଜା କରି ଆସୁଥିବା ପଣ୍ଡିତ ବଳରାମ ପଣ୍ଡା, ସରୋଜ ସିଂହ, ସମାଜର ମହାସଚିବ ମାଗୁଣି ଚରଣ ରାଉତ, କଟକ ଜିଲ୍ଲା ସଭାପତି ଅଜୟ କୁମାର ମୁଦୁଲି, ରାଜ୍ୟ କମିଟିର ଉପସଭାପତି ରାଜକିଶୋର ମାନସିଂହ, ସଢେଇକଳା ଖଣ୍ଡାୟତ କ୍ଷତ୍ରୀୟ ସମାଜର ସଂଗଠକ ତଥା ସାମ୍ବାଦିକ କାର୍ତ୍ତିକ କୁମାର ପରିଚ୍ଛା, କଟକ ସଂଗଠନର ସଂପାଦକ ଅଜୟ କୁମାର ପାତ୍ରଙ୍କୁ ଅନୁଷ୍ଠାନ ତରଫରୁ ମୁଖ୍ୟଅତିଥି ମାନପତ୍ର, ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ଦିବଙ୍ଗତ ସଦସ୍ୟ ଶ୍ୟାମସୁନ୍ଦର ପରିଡା, ବିଶ୍ବଜିତ ଜେନା, ଅଜିତ ସାମଲ, ଧବଳେଶ୍ବର ବରାଳ, ଚେତନ୍ୟ ସାମଲ, ବସନ୍ତ କୁମାର ମଲ୍ଲିକ, ଅଶେଷ କୁମାର ସାମନ୍ତ, ଅଧର ନାୟକ, ଧରଣୀଧର ପରିଡା, ଆଲୋକ କୁମାର ନାୟକ, ସର୍ବେଶ୍ବର ମଲ୍ଲିକ ଓ ଗଦାଧର ମଲ୍ଲିକଙ୍କ ବିୟୋଗରେ ୧ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଦ୍ବିତୀୟ ପର୍ୟ୍ୟାୟରେ କାର୍ୟ୍ୟକାରୀ ସଭାପତି ଶ୍ରୀ ସ୍ବାଇଁଙ୍କ ସଭପତିତ୍ବରେ ସରୋଜ ସିଂହ, ଶଶଧର ପାତ୍ର, କୁଞ୍ଜବିହାରୀ ରାଉତ ମଂଚାସୀନ ରହି ଖଣ୍ଡାୟତମାନଙ୍କର ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ସର୍ବଶ୍ରୀ ଅଜୟ ମୁଦୁଲି, ମାଗୁଣି ଚରଣ ରାଉତ, ଭାନୁପ୍ରତାପ ପ୍ରଧାନ, ସରୋଜ ଲେଙ୍କା, ରଂଜନ ଲେଙ୍କା ପ୍ରମୁଖ ମତାମତ ରଖିଥିଲେ । ଏହି ଅଧିବେଶନରେ କିଛି ପ୍ରସ୍ତାବ ପାରିତ ହୋଇଥିଲା । ଯଥା ୧) ଆସନ୍ତା ୨୦୨୨ନଭେମ୍ବର ମାସରେ କଟକ ବାଲିଯାତ୍ରା ପଡିଆ ଠାରେ ମହା ସମ୍ମିଳନୀ ଆୟୋଜନ, ୨)ଖଡ୍ଗ ଭବନଟି ସେଲ ଆରଏସପି ଯାଗାରେ ତିଆରି ହୋଇଛି । ଜଗନ୍ନାଥ ମନ୍ଦିର ମଧ୍ୟ ସେହିପରି ହୋଇଛି । ତେଣୁ ଶୃଙ୍ଖଳିତ ହୋଇ କାର୍ୟ୍ୟକ୍ରମ କରାଯିବା ଉପରେ ଗୁରୁତ୍ୱ, ୩) ଆମ ଶୃଙ୍ଖଳିତ କାର୍ୟ୍ୟ ଉପରେ ଅସାମାଜିକ ଲୋକଙ୍କ ହସ୍ତକ୍ଷେପ ବରଦାସ୍ତ କରାଯିବ ନାହିଁ । ଆବଶ୍ୟକ ହେଲେ ଆଇନର ଆଶ୍ରୟ ସହ ରାଜ୍ୟ ସ୍ତରର ମହାସଭା ମାଧ୍ୟମରେ ବିରୋଧ, ୪)ମନ୍ଦିରର ନୂତନ ଟ୍ରଷ୍ଟ କରିବା ପାଇଁ ଦାବୀ ଉପସ୍ଥାପନ କରାଯାଇଥିଲା । ସେହିପରି ଅନୁଷ୍ଠାନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଯଦୁମଣି ସ୍ବାଇଁ, ଶଶଧର ପାତ୍ର, କୁଞ୍ଜବିହାରୀ ରାଉତ, ସରୋଜ ଲେଙ୍କା, ଭାନୁପ୍ରତାପ ପ୍ରଧାନ, ସୁରେନ୍ଦ୍ର ରାଉତ, ଅକ୍ଷୟ ଜେନା, ମଝିଆ ପ୍ରଧାନ, ଦେବବ୍ରତ ନାୟକ, କିଶୋର ନାୟକ, ଉପେନ୍ଦ୍ର ନାୟକ, ରଂଜନ ଲେଙ୍କା, ଚକ୍ରାନ୍ତ ଜେନା, ଚିନ୍ମୟ ପରିଡା, ଲିଟୁ ପୁହାଣ, ଦେବୀ ଜେନା, ବସନ୍ତ ଜେନା, ବାବାଜି ଚରଣ ସ୍ବାଇଁ, ରାଜା ରାୟ,ଖଗେଶ୍ବର ମହାଳିକ, ଉଗ୍ରେସନ ବିଶ୍ବାଳଙ୍କୁ ନେଇ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଥିଲା । ଏହି ଅବସରରେ କବି ଅଭିରାମ ପ୍ରଧାନ ଜାତି ଉଦ୍ଦେଶ୍ୟରେ କବିତା ପାଠ କରିଥିଲେ । ଉପସଭାପତି ସୁରେନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର କୁମାର ବାରିକ, କାର୍ତ୍ତିକ ଖଣ୍ଡୁଆଳ, ନୀଳମଣି ପ୍ରଧାନ, କିଶୋର ନାୟକ, ଆପୁ ନାୟକ, ମଝିଆ ପ୍ରଧାନ, ଉପେନ୍ଦ୍ର ନାୟକ, କେନ୍ଦ୍ରୀୟ କମିଟିର ଋଷିନାଥ ବିଶ୍ବାଳ, ସୁମନ ଦତ୍ତ ଓ ଅନ୍ୟ କର୍ମକର୍ତ୍ତାମାନେ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ରାଜ୍ୟ କମିଟି ତରଫରୁ ସାଧାରଣ ସଂପାଦକ ଶଶଧର ପାତ୍ରଙ୍କୁ ସ୍ବତନ୍ତ୍ର ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.