
ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡର ଅଣଜଳସେଚିତ ଅଞ୍ଚଳଗୁଡିକରେ ଚାଷୀଙ୍କ ଚାଷ କାମ ପାଇଁ କ୍ରସ ବନ୍ଧ ନିର୍ମାଣ ନିତାନ୍ତ ଆବଶ୍ୟକ ରହିଛି । ମୌସମୀ ପ୍ରବାହରେ ବର୍ତମାନ ବର୍ଷା ଋତୁରେ ଚାଷୀମାନେ ଚାଷ କାମ ଆରମ୍ଭ କରିଦେଲେଣି । ବେଳେ ବେଳେ ସ୍ୱଳ୍ପ ବର୍ଷା କାରଣରୁ କେତେକ ଜମିରେ ଚାଷ କାମ ପାଇଁ ପାଣି ମାଡି ପାରୁନଥିବାରୁ କ୍ରସ ବନ୍ଧ ନିର୍ମାଣ ନିତାନ୍ତ ଆବଶ୍ୟକ ବୋଲି ମତପ୍ରକାଶ ପାଇଛି । କ୍ରସ ବନ୍ଧ ସାହାଯ୍ୟରେ ଚାଷ ଜମିକୁ ପାଣି ମାଡି ପାରିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ଗୋଟିଏ ଚାଷ ପାଇଁ ମଧ୍ୟ ପାଣି ସୁବିଧାରେ ବ୍ୟବହାର କରାଯାଇ ଫସଳ ବଞ୍ଚାଯାଇପାରିବ । ଅନ୍ୟପକ୍ଷରେ ବର୍ଷା ଗଲାପରେ ମଧ୍ୟ ବିଭିନ୍ନ ପ୍ରକଳ୍ପରୁ ଅଯଥାରେ ପାଣି ବୋହି ନଯିବା ଦିଗରେ ବିଶେଷ ଗୁରୁତ୍ୱ ଦିଆଗଲେ ଆଗାମୀ ଦିନରେ ସୁରକ୍ଷା ମିଳିବ । ଉପଖଣ୍ଡରେ ଅନେକ ନଦୀ, ନାଳ, ଜୋର ଆଦି ଗୁଡ଼ିକ ରହିଛି ହେଲେ କେତେକ ସ୍ଥାନରେ ଉକ୍ତ ନଦୀ, ଛୋଟ ଛୋଟ ନାଳ, ଜୋର ଉପରେ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ହେଉଛି । ପ୍ରକଳ୍ପର ପାଣି ଅଯଥାରେ ବୋହି ଯାଉଥିବା ବେଳେ ନଦୀ, ନାଳ ଗୁଡ଼ିକ ବିଭିନ୍ନ ସ୍ଥାନରେ କ୍ରସ ବନ୍ଧମାନେ କରାଯାଇ ବର୍ତ୍ତମାନର ଫସଲ ବଞ୍ଚାଯାଇପାରିବା ସଂଙ୍ଗେ ସଂଙ୍ଗେ ଏହା ଆଗାମୀ ରବି ଋତୁରେ ରବିଚାଷକୁ ମଧ୍ୟ ସହାୟକ ହେବ ତଥା ଗାଈଗୋରୁଙ୍କ ପିଇବା ପାଣି ସମସ୍ୟା ଦୂର ହେବା ସାଙ୍ଗକୁ ଅନ୍ୟାନ୍ୟ କାମରେ ମଧ୍ୟ ଆସିବ । ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ସ୍ଥଳେ କ୍ରସ ବନ୍ଧ ନିର୍ମାଣ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।