oom

ସିଭିଲ ଟାଉନ ସିପ୍‌ର ତୃତୀୟ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୧୪ରେ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସିଭିଲ ଟାଉନ ସାଂସ୍କୃତିକ ପରିଷଦର ତୃତୀୟ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୧୪ ତାରିଖ ଦିନ ସିଭିଲ ଟାଉନ ସିପ୍‌ ସ୍ଥିତ ମଡର୍ଣ୍ଣ ପଡିଆ ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏନେଇ ପାନପୋଷ ସ୍ଥିତ ହୋଟେଲ ତ୍ରିଦେବ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଅନୁଷ୍ଠାନ ପ୍ରତିଶୃତିବଦ୍ଧ। ତେଣୁ ଏହି କାର୍ଯ୍ୟକ୍ରମରେ ଓଡିଶାର ସଂସ୍କୃତିକୁ ଆଖି ଆଗରେ ରଖି କାର୍ଯ୍ୟକ୍ରମ କରାଯିବ । ଓଡ଼ିଶାର ଜଣାଶୁଣା ହାସ୍ୟାଭିନେତା ପପୁ ପମପମ୍, ସଙ୍ଗୀତଜ୍ଞ ଅଭିଜିତ ମଜୁମଦାର, ଅନନ୍ୟା ଶ୍ରୀତମ ନନ୍ଦ, କୁଲଦୀପ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏହି କାର୍ଯ୍ୟକ୍ରମରେ ଡିଏଫଓ, ରାଉରକେଲା ବିଧାୟକ, ଏସ୍‌ପି, ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଉ କିଛି ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗ ଦେବେ । ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରକାଶ ଧଳଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ଅଧ୍ୟକ୍ଷ ପ୍ରମୋଦ କୁମାର ନାୟକ, ସଭାପତି ସୁଜିତ ମହାନ୍ତି, କାର୍ଯ୍ୟକାରୀ ସଭାପତି ସୁଧାଂଶୁ ସାମଲ, ସମ୍ପାଦକ ପ୍ରତୀକ ଭୂୟାଁ, ପୁଷ୍ପା ଲେଙ୍କା, କ୍ରିଷ୍ଣା ସାହୁ, ଗଗନ ପଣ୍ଡା, ଜ୍ୟୋସ୍ନା ନାୟକ, ଶଶାଙ୍କ ପ୍ରଧାନ, ଆଇନ ପରାମର୍ଶଦାତା ଶିବୁଲାଲ ସାହୁ, ବିରଞ୍ଚି ସାମଲ, ବୈଦ୍ୟନାଥ ସାହୁ, ବିଭୁତି ପୁହାଣ, ହେମନ୍ତ ସାହୁ, ସିତୁ ସାମଲ, ସନ୍ତୋଷ ନାୟକ, ସୁଶାନ୍ତ ରାଉତ, ସନ୍ତୋଷ ନାୟକ, ସୁଶାନ୍ତ ରାଉତ, ଅନନ୍ତ ପାତ୍ର, କାବୁଲି ପ୍ରତିହାରୀ, ଅଶୋକ ମିଶ୍ର, ପ୍ରଣୟ ନାୟକ, ଭରତ ବେହେରା, ବାବୁ ବିଶ୍ୱାଳ, ପ୍ରମୋଦ ପ୍ରଧାନ, ସୁରଜ ଭଟର, ଅମିତ ଭୂଇଁଆ, ବାବୁ ନାୟକ, ହେମନ୍ତ ସାହୁ, ହିମାଂଶୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଭାପତି ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.