ରାୟଗଡା ଜିଲ୍ଲାରେ ବନ୍ଦ ପାଳନ

ରାୟଗଡା : ନୂତନ ଜିଏସଟି ଆଇନକୁ ସର୍ବଭାରତୀୟ ସ୍ତରରେ ବିରୋଧ କରାଯାଇଥିବା ବେଳେ ରାୟଗଡା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡିଛି । ରାୟଗଡା ବଣିକ ସଂଘ ତରଫରୁ ନୂତନ ଜିଏସଟି ଆଇନକୁ ବିରୋଧ କରି ରାୟଗଡା ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ଘଂଟିଆ ବନ୍ଦର ଡାକାରା ଦେଇଥିଲେ । ଡାକରାକୁ ସମର୍ଥନ ଜଣାଇ ରାୟଗଡା ସହରର ସମସ୍ତ ଦୋକାନ, ବଜାର, ଯାତ୍ରୀବାହୀ ବସ, ବ୍ୟାଙ୍କ ବନ୍ଦ ରହିଥିଲେ । ବନ୍ଦର ପ୍ରଭାବ ଆଜି ରାୟଗଡା ସହରରେ ଦେଖିବାକୁ ମିଳିଥିଲା । ସଂଘ ତରଫରୁ ଏକ ଦାବୀପତ୍ର ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟେଶରେ ଏକ ଦାବୀପତ୍ର ଜିଲ୍ଲାପାଳ ରାୟଗଡା ଜରିଆରେ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.