ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଗୋପାଳପୁର ଠାରୁ ରୟପୁୟକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରୁ ଗାଜାଲବାଡ଼ି ଦେଇ ଗଞ୍ଜାମ ଜିଲ୍ଲାକୁ ଯାଇଥିବା ରାସ୍ତାର ପୁନଃରୁଦ୍ଧାର ଓ ପ୍ରଶସ୍ତିକରଣ ଦାବୀ ନେଇ ଆସନ୍ତା ୧୭ ତାରିଖରେ ଦାରିଙ୍ଗବାଡି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହି ଜାତୀୟ ରାଜପଥର ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । କେନ୍ଦ୍ର ସରକାର ଏହି ଘାଟି ସମ୍ପ୍ରସାରଣ କାର୍ଯ୍ୟ ପାଇଁ ୭୧୮ କୋଟି ଅର୍ଥ ବ୍ୟୟବରାଦ ହେବା ସହ ୨୦୨୮ମସିହା ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଘୋଷଣା କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏଣୁ ସରକାର ଦେଇଥିବା ସମୟସୀମା ମଧ୍ୟରେ ରାସ୍ତାର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଉକ୍ତ ରାସ୍ତା ଅଣ ଓସାରିବା ହୋଇଥିବାରୁ ଅନେକ ସମୟରେ ଯାତ୍ରୀବାହୀ ବସ୍ ହେଉ କି’ ମାଲବୋଝେଇ ଗାଡ଼ି ଦୁର୍ଘଟଣା ଘଟୁଥିବାର ବହୁ ନଜିର ରହିଛି । ଏଣୁ ଏହାର ପ୍ରତିବାଦରେ ଚଳିତ ମାସ ୧୭ ତାରିଖରେ ବାର ଘଣ୍ଟିଆ ରାସ୍ତା ରୋକ ଆନ୍ଦୋଳନ କରିବା ପାଇଁ ଏକ ପ୍ରେସ ମିଟ ମାଧ୍ୟମରେ ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଏହି ସୂଚନା ଦେବା ସହ ସମସ୍ତ ଜନସାଧାରଣ, ସ୍ୱେଚ୍ଛାସେବୀ, ବିଭିନ୍ନ ଅନୁଷ୍ଠାନ ଉକ୍ତ ବାର ଘଣ୍ଟିଆ ରାସ୍ତା ରୋକ ଆନ୍ଦୋଳନକୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.