ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ତେବେ ଲକଡାଉନ୍ ପାଇଁ ରାଜ୍ୟରେ ସୋମବାର ଓ ମଙ୍ଗଳବାର ବନ୍ଦ ରହିବ ଛଅ ଯୋଡ଼ା ଟ୍ରେନ ବୋଲି ଡିଭିଜନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ବନ୍ଦ ହୋଇଥିବା ଟ୍ରେନ୍ ଗୁଡିକ ହେଲା ଭୁବନେଶ୍ୱର-କେନ୍ଦୁଝର -ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ସେହିପରି କଟକ-ଭଦ୍ରକ-କଟକ ସ୍ୱତନ୍ତ୍ର ଟ୍ରେନ, କଟକ-ପାରାଦୀପ-କଟକ ସ୍ୱତନ୍ତ୍ର ଟ୍ରେନ, କଟକ-ଭଦ୍ରକ-କଟକ ସ୍ୱତନ୍ତ୍ର ଟ୍ରେନ, ବିଶାଖାପଟନମ୍-ରାୟପୁର-ବିଶାଖାପଟନମ୍ ସ୍ୱତନ୍ତ୍ର ଟ୍ରେନ ବାତିଲ ହୋଇଛି ।
Prev Post