କଟକ : ଆଜିଠୁ ଆସନ୍ତା ୨୭ ତାରିଖ ଯାଏଁ ବନ୍ଦ ରହିବ ହାଇକୋର୍ଟ । ଦିନକୁ ଦିନ କରୋନା ସଂକ୍ରମଣ କଟକ ସହରରେ ବୃଦ୍ଧି ପାଉଥିବା ବେଳେ ହାଇକୋର୍ଟର କିଛି କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ଏହାକୁ ଆଖି ଆଗରେ ରଖି ରେଜିଷ୍ଟ୍ରାର୍ ଜେନେରାଲ୍ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ସମୟରେ ଜରୁରୀ ମାମଲା ଶୁଣାଣି ହେବ । ରେଜିଷ୍ଟ୍ରାର ଜୁଡିସିଆଲଙ୍କ ନିକଟରେ ପୂର୍ବରୁ ଧାର୍ଯ୍ୟ ମାମଲା ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶ ଅନୁସାରେ ଶୁଣାଣି ହେବ । ୨୮ ତାରିଖ ପରେ କୋର୍ଟ ଖୋଲିଲେ ସରକାରଙ୍କ ଲକଡାଉନ୍ ଅନୁଯାୟୀ କୋଭିଡ କଟକଣାରେ କୋର୍ଟ କାର୍ଯ୍ୟ ଚାଲିବ ।
Prev Post