oom

ଚାଷୀକୁ ସମ୍ମାନ, ମାଟି ମା’କୁ ସମ୍ମାନ : ‘ଭାରତ ବନ୍ଦ’ରେ ପଦ୍ମପୁର ବନ୍ଦ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା ନୂତନ କୄଷକ ଆଇନକୁ ବିରୋଧ କରି ଦେଶର ରାଜଧାନୀ ଦିଲ୍ଲୀ ସୀମାରେ ଦୀର୍ଘ ୧୨ ଦିନ ହେବ ଚାଷୀମାନେ ଧାରଣାରେ ଡେରା ପକାଇ ବସିଛନ୍ତି । କେନ୍ଦ୍ର ସରକାରଙ୍କ ସହ ଚାଷୀଙ୍କ ଆଲୋଚନା ବାରମ୍ବାର ହେଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ । ଏ ପରିପ୍ରେକ୍ଷୀରେ ଚାଷୀଙ୍କ ଏହି ଧାରଣାକୁ ନ୍ୟାୟୋଚିତ ମନେକରି ରାଜବୋଡାସମ୍ବର କୄଷକ ସଂଗଠନ ପକ୍ଷରୁ ଆସନ୍ତା କାଲି ହେବାକୁ ଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ମହୁଲପାଲି ଠାରେ ରାସ୍ତା ଅବରୋଧ କରାଯିବ ଏବଂ ପଦ୍ମପୁର ସହରର ସକାଳ ୬ଘଣ୍ଟା ସମୟରୁ ଅପରାହ୍ନ ୩ଘଣ୍ଟା ପର୍ୟ୍ୟନ୍ତ ସମସ୍ତ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । କେବଳ ଜରୁରୀ ସେବା ଗୁଡିକ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.