oom

କନ୍ଧମାଳ ଜିଲ୍ଲାକୁ ରେଳ ଲାଇନ କଟିବା ପ୍ରସଙ୍ଗ : ନଭେମ୍ବର ୧୦ରେ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ

jsmm

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରେଳ ମାନଚିତ୍ରରୁ ଫୁଲବାଣୀ ବାଦ୍ ପଡ଼ିବା ପ୍ରତିବାଦରେ ଆସନ୍ତା ନଭେମ୍ବର ୧୦ରେ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ କରାଯିବ । ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଛି । ଏନେଇ କନ୍ଧମାଳ ବିକାଶ ପରିଷଦର ଆବାହକ ଗୋଲକ ବିହାରୀ କହଁରଙ୍କ ନେତୃତ୍ବରେ ଫୁଲବାଣୀ ସ୍ଥିତ ବନାନୀ କଳା ପରିଷଦଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଗୋପାଳପୁର-ଫୁଲବାଣୀ-ସମ୍ବଲପୁର ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ସତ୍ତ୍ବେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସର୍ଭେ ସଂସ୍ଥା ଓରିଡଲ୍ (ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ) ସଂସ୍ଥା ଶେଷ ପର୍ଯ୍ୟାୟ ସର୍ଭେ ବେଳେ ପୂର୍ବ ମାନଚିତ୍ରକୁ ପରିବର୍ତ୍ତନ କରି ପ୍ରଦର୍ଶନ କରିଥିବା ନୂତନ ମାନଚିତ୍ରରେ ଏହି ପ୍ରକଳ୍ପରେ ଫୁଲବାଣୀକୁ ବାଦ୍ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହାକୁ ନେଇ ବାରମ୍ବାର ରାଜ୍ୟ ସରକାର ଏବଂ ସର୍ଭେ ସଂସ୍ଥା ଓରିଡଲକୁ ଦାବୀପତ୍ର ପ୍ରଦାନ କରିବା ସତ୍ତ୍ବେ କୌଣସି ଉତ୍ତର ନମିଳିବା କନ୍ଧମାଳ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ସ୍ପଷ୍ଟ ଭାବରେ ବାରି ହୋଇ ପଡ଼ୁଛି ବୋଲି ଶ୍ରୀ କହଁର ଅଭିଯୋଗ କରିଛନ୍ତି । ଅନ୍ୟାନ୍ୟ ରାଜ୍ୟରେ ବହୁ ବଡ଼ ବଡ଼ ପାହାଡ଼ କାଟି ଟ୍ରେନ ଯାତାୟତ କରୁଥିବା ବେଳେ ସେହି ତୁଳନାରେ କନ୍ଧମାଳର ପାହାଡ଼ କିଛି ନୁହେଁ କନ୍ଧମାଳ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାକୁ ରେଳ ଚଳାଚଳ ହେଲେ ଆର୍ଥିକ, ଗମନାଗମନ, ବାଣିଜ୍ୟ, ଲଘୁ ବନଜାତ ଦ୍ରବ୍ୟର ସୁଲଭ ବିକ୍ରି, ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ତତ୍ ସହିତ ଜିଲ୍ଲା ଏବଂ ଜିଲ୍ଲାବାସୀଙ୍କ ପ୍ରତିଟି କଥାର ବିକାଶ ଓ ସୁବିଧା ସୁଯୋଗ ହୋଇପାରିବ । ଅନ୍ୟ ଜିଲ୍ଲା ତୁଳନାରେ କନ୍ଧମାଳରେ ଅଧିକ ପର୍ଯ୍ୟଟନସ୍ଥଳୀ ଥିବା ବେଳେ ଗମନାଗମନର ଅସୁବିଧା ଯୋଗୁଁ ଧିରେ ଧିରେ ପର୍ଯ୍ୟଟକ ମୁହଁ ଫେରାଉଛନ୍ତି । ଟ୍ରେନ ସୁବିଧା ହେଲେ ଅନ୍ତଃରାଷ୍ଟ୍ରୀୟ ଏବଂ ଆନ୍ତଃରାଜ୍ୟ ପର୍ଯ୍ୟଟକ ଗମନାଗମନର ସୁବିଧା ପାଇଁ ପୁଣି କନ୍ଧମାଳ ପ୍ରତି ଆକୃଷ୍ଟ ହେବେ ବୋଲି କନ୍ଧମାଳ ବିକାଶ ପରିଷଦ ଦାବୀ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ଜଗନ୍ନାଥ ସାହୁ, ଶିବାଶିଷ ପଣ୍ଡା, ଗୌତମ ମଲ୍ଲିକ, ସଂଜିତ୍ ପାତ୍ର, ସୁଧାଂଶୁ ଗୁରୁ ଓ ଚନ୍ଦ୍ରଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.