ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ନୂଆପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ

ନୂଆପଡା, (ନିରାକାର ମେହେର) : ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ୬ ଘଣ୍ଟିଆ ବନ୍ଦ ପାଳନ କରିଛି ନୂଆପଡା ଜିଲ୍ଲା କଂଗ୍ରେସ । ଗୁରୁବାର ଏ ବାବଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ଏହାସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଇକ ମାଧ୍ୟମରେ ପ୍ରଚାର କରାଯାଇଥିଲା । ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଡକାର ଦେଇଥିବା ବେଳେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଧେଶକୁ ସମ୍ମାନ ଜଣାଇ ପ୍ରତ୍ୟାହୃତ କରିଥିଲେ । ଜନସାଧାରଣଙ୍କ ସ୍ୱଇଚ୍ଛାରେ ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହୋଇଅଛି । ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମମିତା ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବୀ କରିଥିବା ବେଳେ ନିଜ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା କଥା ବୋଲି ମତବ୍ୟକ୍ତ କରିଛନ୍ତି । ଖଡ଼ିଆଳଠାରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସରକାରୀ କାର୍ଯ୍ୟାଳୟ, ବେସରକାରୀ ଅନୁଷ୍ଠାନ, ୩୫୩ ନଂମ୍ବର ଜାତୀୟ ରାଜପଥକୁ ବିଭିନ୍ନ ସ୍ଥାନରେ ଅବରୋଧ ହୋଇଅଛି । ସମ୍ପୂର୍ଣ୍ଣ ନୂଆପଡା ଜିଲ୍ଲା ବନ୍ଦ ପାଳିତ ହୋଇଅଛି । ସେହିପରି ଆନ୍ଦୋଳନକୁ ଆଗକୁ ଅଧିକ ସକ୍ରିୟ କରାଯିବ ବୋଲି ଦଳ କହିଛି ।

Leave A Reply

Your email address will not be published.