jayashree

ପୋଲିସର ଅପାରଗତା ଯୋଗୁଁ ଅତାବିରାରେ ବନ୍ଦ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ସ୍ଥିତ ମା’ ଦୁର୍ଗାଙ୍କ ମନ୍ଦିରରୁ ଚୋରି ଘଟଣାର ପୋଲିସ ଏ ପର୍ଯ୍ୟନ୍ତ କୌଣସି ଖବର ନପାଇବା, ପ୍ରତିବାଦରେ ଅତାବିରାବାସୀ ସହରରେ ବନ୍ଦ ପାଳନ କରିଥିଲେ । ସୂଚନାଯୋଗ୍ୟ ଅନୁସାରେ ଗତ ସେପ୍ଟେମ୍ବର ୨ ତାରିଖ ରାତିରେ ଅତାବିରାର ମା’ ଦୁର୍ଗାଙ୍କ ମନ୍ଦିରରୁ ଅଳଙ୍କାର ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିଲା । ଏ ସଂକ୍ରାନ୍ତରେ ଅତାବିରା ପୋଲିସରେ ମନ୍ଦିର କମିଟି ପକ୍ଷରୁ ଏତଲା ଦିଆଯାଇଥିଲା । ପୋଲିସ କେଶ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଚୋରି ସାମଗ୍ରୀ କିମ୍ବା ଚୋରର ଏକ ପର୍ଯ୍ୟନ୍ତ ଖବର ପାଇଁ ପାରିନାହିଁ । ପୋଲିସ ତଦନ୍ତରେ ଶିତଳତା ଏବଂ ମନ୍ଦିରର ସିସିଟିଭି ଫୁଟେଜ ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ସଫଳତା ନମିଳିବା ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ ଆଜି ଅତାବିରା ସହରାଞ୍ଚଳରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇ ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା ।

Leave A Reply

Your email address will not be published.