ବାରିପଦା : ଆଜି ବିଜେପି ପକ୍ଷରୁ ୧୨ଘଣ୍ଟିଆ ବାରିପଦା ବନ୍ଦ ଡ଼ାକରା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ ସହ ୧୬ଦଫା ଦାବୀ ନେଇ ଏହି ବନ୍ଦ ଡ଼ାକରା ଦିଆଯାଇଥିବା ବେଳେ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବୀ କରିଛି ବିଜେପି । ଏହି ବନ୍ଦ ଡ଼ାକରା ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ହେବ ବୋଲି ଜଣାପଡିଛି । ବିଭିନ୍ନ ଛକରେ ରାସ୍ତା ଅବରୋଧ କରିବା ସହ ପିକେଟିଂ କରିଛନ୍ତି ବିଜେପି କର୍ମୀ । ତାସହ ଉଦଳା, କରଞ୍ଜିଆ, ରାଇରଙ୍ଗପୁରରେ ବି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଫଳରେ ରାସ୍ତାରେ ଗାଡ଼ି ଚଳାଚଳରେ ପ୍ରଭାବ ପଡ଼ିଛି ।