ସମ୍ବଲପୁରରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ସଫଳ

ସମ୍ବଲପୁର : ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ଯୋଗୁ ସାଧାରଣ ଜନତା ଅତିଷ୍ଠ ହୋଇ ପଡ଼ିଥିବା ଅଭିଯୋଗ କରି ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଦଳ ପକ୍ଷରୁ ଆଜି ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସମ୍ବଲପୁରରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି । କଂଗ୍ରେସ ବନ୍ଦ ପାଳନ ବେଳେ ସମ୍ବଲପୁର ଜିଲ୍ଲାରେ କଂଗ୍ରେସ କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରି ବନ୍ଦ ପାଳନ କରିଛନ୍ତି । ଏଥିସହ ସହରର ଲକ୍ଷ୍ମୀଟକିଜ, ଧନୁପାଲି ଛକ,କଚେରୀ ଛକ ଓ ଅଇଁଠାପାଲି ଛକ ଜାତୀୟ ରାଜପଥରେ ପ୍ରତିବାଦ କରି କଂଗ୍ରେସ ସଭ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ବନ୍ଦ ପାଳନ ଯୋଗୁ ସମ୍ବଲପୁର ସହରର ସମସ୍ତ ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ, ଅଫିସ ଗୁଡ଼ିକ ବି ବନ୍ଦ ରହିଥିବାର ଦେଖିବାକୁ ମିଳିଛି । କଂଗ୍ରେସ ବନ୍ଦର ପ୍ରଭାବ ଜିଲ୍ଲାର ଅନ୍ୟ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.