centurian jitm

ଓଡିଶାର ପ୍ରାଥମିକ ବିଦ୍ୟାଳୟ, ବି.ଏଡ୍‌. ମହାବିଦ୍ୟାଳୟ ବନ୍ଦ ବିରୁଦ୍ଧରେ ଭିଆଇପି ଦ୍ୱାରା ଓଡିଶା ବନ୍ଦ ଡାକରାକୁ ସମର୍ଥନ ପାଇଁ ଜନ ସାଧାରଣଙ୍କୁ ଅପିଲ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୫ ତାରିଖ ଦିନ ଓଡିଶାର ୧୪୫୦୦ ପ୍ରାଥମିକ ବିଦ୍ୟାଳୟ, ୧୬ ବି.ଏଡ. ମହାବିଦ୍ୟାଳୟ, ୩୦୦ କୃଷି ଭିତ୍ତିକ ଶିଳ୍ପ, ଶୀତଳ ଭଣ୍ଡାର, କେବିକେ ଯୋଜନା, ନୀଳାଚଳ ଇସ୍ପାତ କାରଖାନା ବନ୍ଦ ବିରୁଦ୍ଧରେ ଭିଲେଜର୍ସ ଇଣ୍ଡିଆ ପାର୍ଟି ଏବଂ ଓଡିଶା ପ୍ରାଥମିକ ବିଦ୍ୟାଳୟ ବଂଚାଅ ସମିତି ଦ୍ୱାରା ଓଡିଶା ବନ୍ଦ ଡାକରା ସମର୍ଥନ ପାଇଁ ଜନ ସାଧାରଣ ଏବଂ ମିଡିଆଙ୍କୁ ଅପିଲ କରାଯାଇଛି । ଭିଲେଜର୍ସ ଇଣ୍ଡିଆ ପାର୍ଟି ଅଧ୍ୟକ୍ଷ ଡ. ବିପିନ କୁଶୁଲିଆଙ୍କ ସହ ଓଡିଶା ପ୍ରାଥମିକ ବିଦ୍ୟାଳୟ ବଂଚାଅ ସମିତି ଅଧ୍ୟକ୍ଷ ନୟନ ମିର୍ଦ୍ଧାଙ୍କ ଦ୍ୱାରା ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ କରାଯିବାକୁ ଅନୁରୋଧ କରାଯାଇଛି । ଓଡିଶା ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡିଶାରେ ହଜାର ହଜାର ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯିବା ନିଷ୍ପତ୍ତି ଦ୍ୱାରା କରୋନା ମହାମାରୀ ସମୟରେ ୩୦ ଜିଲ୍ଲାର ପ୍ରତ୍ୟେକ ଗାଁରେ ଅଭିଭାବକ ଏବଂ ଛାତ୍ର ଛାତ୍ରୀମାନେ ଚିନ୍ତାରେ ପଡିଯାଇଛନ୍ତି ଏବଂ ନିଜ ପିଲାଛୁଆଙ୍କୁ ଅନ୍ୟ ଗାଁକୁ ଦେବା ପାଇଁ ଇଛୁକ ନୁହନ୍ତି । ଏଥିଯୋଗୁଁ ଓଡିଶା ବନ୍ଦ ଡାକରାକୁ ସମର୍ଥନ ନିମନ୍ତେ ଅପିଲ୍‌ କରାଯାଇଛି । ତା’ସହ ଅମାନିଆ ଓଡିଶା ଏବଂ କେନ୍ଦ୍ର ସରକାର ଛାତ୍ରଛାତ୍ରୀ ସଂଖ୍ୟା ତଥା ଉପସ୍ଥିତି ନେଇ ହଜାର ହଜାର ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ଏକ ହିଟ୍‌ଲରୀ ନିଷ୍ପତ୍ତି ନେଇଥିବା ଦ୍ୱାରା ଆସନ୍ତା କାଲି ସମସ୍ତ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ବନ୍ଦ ଡାକରା ସହ ସମୟ ସକାଳ ୧୧ ଘଟିକାରେ ଧାରଣା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଣୁ ବନ୍ଦ ହେବାକୁ ଥିବା ପ୍ରାଥମିକ ବିଦ୍ୟାଳୟର ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷାବିତ୍‌ ଓ ସାମାଜିକ କାର୍ଯ୍ୟକର୍ତ୍ତା ଏହି ବନ୍ଦ ଡାକରାରେ ଯୋଗ ଦେଇ ଓଡିଶାର ସମସ୍ତ ଗାଁର ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ରକ୍ଷା କରି ସର୍ବ ଶିକ୍ଷା ଅଭିଯାନ ଏବଂ ବାଧ୍ୟତାମୂଳକ ଓ ମୁକ୍ତ ଶିକ୍ଷା ସମସ୍ତଙ୍କୁ ଦେବା ଉଦ୍ଦେଶ୍ୟରେ ବନ୍ଦ ଡାକରାକୁ ସହଯୋଗ କରିବାକୁ ଅପିଲ କରାଯାଇଛି ।

Leave A Reply

Your email address will not be published.